www.samajalive.in
Tuesday, December 9, 2025
23.1 C
Bhubaneswar

ଭୁବନେଶ୍ଵରରେ ଆଜିଠୁ ଖୋଲିବ ସପିଂ ମଲ୍‌

ଭୁବନେଶ୍ଵର : ଆଜିଠାରୁ କୋଭିଡ କଟକଣା ସହିତ ଭୁବନେଶ୍ୱରରେ ସପିଂ ମଲ ଖୋଲିବ । କରୋନା ପାଇଁ ୪ ମାସ ବନ୍ଦ ପଡିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଅନୁମତି ପ୍ରଦାନ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ମଲ୍ ଖୋଲିବାର ଅନୁମତି ଥିଲେ ହେଁ ଏଥିପାଇଁ ବହୁ କଟକଣା ଲଗାଯାଇଛି।  ବିଏମ୍‌ସି ପକ୍ଷରୁ ସପିଂ ମଲ ଖୋଲିବା ନେଇ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏସଓପିରେ କୁହାଯାଇଛି ଯେ ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ କାର୍ଯ୍ୟକ୍ରମ ହେବ ନାହିଁ । ଗେମ ଜୋନ, ପିଲାଙ୍କ ପାଇଁ ଖେଳିବା ଏରିଆ ବନ୍ଦ ରହିବ ।

ମଲ୍ ଭିତରକୁ ପ୍ରବେଶ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମଲ୍‌ର କର୍ମଚାରୀ ତଥା ଗ୍ରାହକଙ୍କ ମଧ୍ୟରେ ଅନ୍ୟନ ୬ ଫୁଟ୍ ଦୂରତା ବଜାୟ ରଖିବେ । ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ । ମଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା କିମ୍ବା ଜ୍ୱର ଥିଲେ ମଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

- Advertisement -

ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, କର୍ମଚାରୀ ଓ ଗ୍ରାହମାନେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ । ଯଦି ‘ସଚେତକ ଆପ୍‌’ ଡାଉନଲୋଡ଼ କରି ନାହାନ୍ତି, ତାହେଲ ଏହା ଶୀଘ୍ର କରନ୍ତୁ । ମଲ୍ କୁ ଆସୁଥିବା ବ୍ୟକ୍ତି କିମ୍ବା ଗ୍ରାହକ ଯେପରି ଏକାଠି ହେବେ ନାହିଁ ତା ଉପରେ ମଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ମଲ୍ ରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ । ମଲ କର୍ତ୍ତୃପକ୍ଷ କୋଭିଡ କମ୍ପଲାଏଡ ଅଧିକାରୀ ଭାବେ ଜଣଙ୍କୁ ଦାୟିତ୍ୱ ଦେବେ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories