ବୌଦ୍ଧ ଜିଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ: ବୌଦ୍ଧ ଜିଲା ପୁଲିସ ପକ୍ଷରୁ ସ୍ଥାନୀୟ ଟାଉନହଲଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସପି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏସପି ଶ୍ରୀ ମହାନ୍ତିଙ୍କ ଉଦ୍ୟମକ୍ରମେ ଜିଲା ପୁଲିସର ଯବାନମାନେ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ରକ୍ତର ଅଭାବ ପୂରଣ ପାଇଁ ରକ୍ତଦାନ କରିଥିଲେ। ବୌଦ୍ଧ ଜିଲା ପୁଲିସର ସମସ୍ତ ଅଧିକାରୀଙ୍କ ଉଦ୍ୟମକ୍ରମେ ଆଇଆରବି ଓ ପୁଲିସ ବିଭାଗର ଯବାନମାନଙ୍କ ସହିତ ୫୪ ଜଣ ସ୍ୱେଛାକୃତ ରକ୍ତଦାନ କରିଥିଲେ। ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁ, ଡିଏସପି ଧିରେନ କୁମାର ସ୍ୱାଇଁ, ଦେବାଶିଷ ଧଳ, ଆଇଆରବି ଡେପୁଟି କମାଣ୍ଡେଣ୍ଟ୍ ଗୋପବନ୍ଧୁ ତ୍ରିପାଠୀ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଜିଲା ହାବିଳଦାର ଓ କନେଷ୍ଟବଳ ସଂଘର ସଭାପତି ବୁଲୁ କୁମାର ମିଶ୍ର ପ୍ରମୁଖ ବୌଦ୍ଧ ଟାଉନହଲଠାରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

Comments are closed.