ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ରବିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୩୭୯ ଜଣ ଯୁବକ ଯୁବତୀଙ୍କ ଠାରୁ ୩୭୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଜୀବନ ବିନ୍ଦୁ ଶିବିରକୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିଥିଲେ । ଏଥିରେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲା ପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ଧୃବଚରଣ ଦାଶ, ପୁରୀ ଜୀବନବିନ୍ଦୁ ସଂଯୋଜକ ସୁବାସିତ ଖୁଣ୍ଟିଆ, ବ୍ଲକ ବିଜୁ ଯୁବବାହିନୀର ଅମୂଲ୍ୟ ମୋହନ ଷଢଙ୍ଗୀ, ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ଯଯାତି କେଶରୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। କଟକ, ଭୁବନେଶ୍ବର, ପୁରୀ ରକ୍ତ ଭଣ୍ଡାରର ଡାକ୍ତରମାନେ ରକ୍ତ ସଂଗ୍ରହ କରିଥିଲେ । କଲେଜ ପ୍ରିନସିପାଲ ରାଜେନ୍ଦ୍ର କୁମାର ଚକ୍ର, ଅଧ୍ୟାପକ ନିହାର ରଞ୍ଜନ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିଲେ ।
Popular Categories



