ଭାରତୀୟ କିଷାନ ସଂଘର ବ୍ଲକସ୍ତରୀୟ ବୈଠକ

ଆଠଗଡ : ଭାରତୀୟ କିଷାନ ସଂଘ ପକ୍ଷରୁ ଆଠଗଡ ବ୍ଲକସ୍ତରୀୟ ବୈଠକ ରବିବାର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ରବିନ୍ଦ୍ରନାଥ ସାହୁ, ଜିଲ୍ଲା ସଂପାଦକ ରଞ୍ଜନ ସେନାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗଦେଇ କୃଷକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ କୃଷକଙ୍କ ସ୍ୱାର୍ଥରକ୍ଷା ଓ ବିବିଧ ଦାବିକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଭାରତୀୟ କିଷାନ ସଂଘର ଆଠଗଡ ବ୍ଲକସ୍ତରୀୟ କର୍ମକର୍ତ୍ତା ସର୍ବସମ୍ମତକ୍ରମେ ମନୋନୀତ ହୋଇଥିଲେ । ସଭାପତି ଭାବେ ବିବେକାନନ୍ଦ ବେଉରା, ଉପସଭାପତି ଚନ୍ଦ୍ରଶେଖର ସାମଲ ଓ ହେମନ୍ତ କୁମାର ରାଉତ, ସଂପାଦକ ଭାବେ ରଶ୍ମିକାନ୍ତ ସ୍ୱାଇଁ ଓ ସୁକାନ୍ତ କୁମାର ଜେନା, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ରାଉତ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଦେବରାଜ ସ୍ୱାଇଁ, ଅକ୍ଷୟ କୁମାର ମହାପାତ୍ର, ପ୍ରତାପଚନ୍ଦ୍ର ପ୍ରଧାନ, ସ୍ମୃତିରଞ୍ଜନ ରାଉତ ଓ ବିପିନ ବିହାରୀ ସ୍ୱାଇଁ ମନୋନୀତ ହୋଇଛନ୍ତି।

Comments are closed.