www.samajalive.in
Monday, December 15, 2025
24.1 C
Bhubaneswar

ଆଠଗଡ ବ୍ଲକରେ ବିପର୍ଯ୍ୟୟ ପ୍ରଶମନ ଦିବସ

ଆଠଗଡ :  ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଆଠଗଡ ବ୍ଲକର ୩୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକର କ୍ଷେତ୍ରସ୍ତରୀୟ କର୍ମଚାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବ୍ଲକ ବିପର୍ଯ୍ୟୟ ପ୍ରଶମନ ନୋଡାଲ ଅଧିକାରୀ ତଥା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁପ୍ରସାଦ ଖାଡେଙ୍ଗା ଏଥିରେ ଅଧ୍ୟକ୍ଷତା କରି ଆଗାମୀ ଦିନରେ ଯଦି କୌଣସି ବିପର୍ଯ୍ୟୟ ଆସେ ତେବେ ତାହାର କିପରି ସଫଳ ମୁକାବିଲା କରି ପ୍ରଶମିତ କରାଯାଇ ପାରିବ ତାହାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ। ବିପର୍ଯ୍ୟୟ ବେଳେ ବିପଦ ସଂକୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କ ଧନ ଜୀବନ କିପରି ସୁରକ୍ଷା ଦିଆଯାଇପାରିବ ସେଥିନିମନ୍ତେ ଯତ୍ନବାନ ହେବା ପାଇଁ ବିଭିନ୍ନ କ୍ଷେତ୍ରୀୟ କର୍ମଚାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ବକ୍ତା ଭାବେ ପ୍ରାକ୍ତନ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଯୋଗଦେଇ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସବୁ ସମୟରେ କ୍ଷେତ୍ର କର୍ମଚାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମାଞ୍ଚଳରେ ଥିବା ସମସ୍ତ ସୁବିଧା ସୁଯୋଗକୁ ଚିହ୍ନଟ କରାଯାଇ ଗୋଷ୍ଠୀ ସୁରକ୍ଷା ଯୋଜନା ଓ ସମସ୍ତ ଗଠିତ ସହାୟକ ଦଳ ଯଥା ସତର୍କ ସୂଚନା ପ୍ରଦାନକାରୀ ଦଳ, ଉଦ୍ଧାରକାରୀ ଦଳ, ଆଶ୍ରୟସ୍ଥଳି ପରିଚାଳନା ଦଳ, ଆଶୁ ଚିକିତ୍ସା ଦଳ, ରିଲିଫ ବଣ୍ଟନକାରୀ ଦଳ, କ୍ଷୟକ୍ଷତି ଆକଳନ ଦଳ, ଶବ ସଂସ୍କାର ଦଳ, ମାନସିକ ସ୍ତରରେ ସୁଦୃଢ ରହିବା ନିମିତ୍ତ ପରାମର୍ଶକାରୀ ଦଳ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏ ସମ୍ବନ୍ଧରେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି ନିମିତ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ୧୯୯୯ ଅକ୍ଟୋବର ମାସ ୨୯ତାରିଖରେ ସଂଗଠିତ ମହାବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବିପର୍ଯ୍ୟୟ ସମୟରେ ଆନ୍ତରିକତାର ସହ କାର୍ଯ୍ୟକରି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଉପସ୍ଥିତ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀ ଶପଥ ପାଠ କରିଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories