ଗାଁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ବ୍ଲକ ଅଧ୍ୟକ୍ଷ

କଲମପୁର : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ନିଜ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ ଉପରେ ଗୁରୁତ୍ବ ଦେବାରେ ଲାଗି ପଡିଛନ୍ତି । ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ ଲୋକଙ୍କ ନିକଟରେ ପହଞ୍ଚି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ଲାଭ କିପରି ଉଠାଇପାରିବେ ସେନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଏବେ ମଧ୍ୟ ଅନେକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ଅନେକ ସମୟରେ ଆସିଥାଏ। ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ ଏହାର ବାସ୍ତବତା ଉପରେ ଅନୁଧ୍ୟାନ କରୁଛନ୍ତି ।
prayash
ଶୁକ୍ରବାର ଏବଂ ଶନିବାର ସେ କର୍ଲାପାଟ ଗ୍ରାମ ପଞ୍ଚାୟତର କର୍ଲାପାଟ ସମେତ ଅମଠାଗୁଡା, ଭେଜିଗୁଡା, କୁଆଙ୍ଗ ଏବଂ ପେରମଞ୍ଜି ଗ୍ରାମ ଏବଂ କିଆପଦର ଗ୍ରାମ ପଞ୍ଚାୟତର କିଆପଦର ସମେତ ଭଟାଗୁଡା, ମେଲଘରା, ପୋଡାପଦର ଏବଂ ଡାଲଗୁମା ଗ୍ରାମ ଗୁଡିକ ବୁଲି ବିଭିନ୍ନ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ।ତନ୍ମଧ୍ୟରୁ କେତୋଟି ସ୍କୁଲ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖି ଏହାର ମରାମତି ଅବା ନୂତନ କୋଠା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଆସିଛନ୍ତି।ଏଥି ସହିତ ପିଡିଏସ୍ ପରିଚାଳନା ଏବଂ ଅସହାୟ ଲୋକଙ୍କ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତ୍ତା କିପରି ଠିକ୍ ଭାବରେ ହିତାଧିକାରୀ ପାଇପାରିବେ ସେନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମାଝୀ ଗୁରୁତ୍ବ ଦେଇଥିବା ଥୁଆମୂଳ ରାମପୁରବାସୀ କହିଛନ୍ତି।
kalyan agarbati

Comments are closed.