ମାଛ ମାରିବା କାଳ ହେଲା, ହାତରେ ବିସ୍ଫୋରକ ଫାଟି ଯୁବକ ମୃତ

ମ,ରାମପୁର : ଆଜି କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଗୋଚ୍ଛା ଡେଙ୍ଗେନ ଗ୍ରାମ ପଞ୍ଚାୟତର କଛାର ଡେଙ୍ଗେନରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବା ସମୟରେ ବିସ୍ଫୋରକ ହାତରେ ଫାଟି ଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି । କଛାର ଡେଙ୍ଗେନ ଗ୍ରାମର ଯୁବକ ଡୋଳା ମଣି ଭୋଏ ଏବଂ ପର୍ଶୁରାମ ବେହେରା ଆଜି ମାଛ ମାରିବା ପାଇଁ ନିକଟସ୍ଥ ରାହୁଲ ନଦୀକୁ ଯାଇଥିଲେ । ତେବେ ଡୋଳା ମଣି ହାତରେ ବିସ୍ଫୋରକ ଧରି ଫୁଟାଇବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ନିଜ ହାତରେ ଫାଟି ଯିବା ଫଳରେ ତାଙ୍କ ମୁହଁ, ଦେହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମ,ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ମାଛ ମାରିବାକୁ ଯାଇ ଅନେକ ଯୁବକ ଏଭଳି ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେଇଛନ୍ତି । କହିରଖୁଛୁ ମ,ରାମପୁର ଅଞ୍ଚଳରେ ବେଆଇନ ଭାବେ ମାଛ ମାରିବାକୁ ବ୍ୟବହୃତ ବିସ୍ଫୋରକ ବିକ୍ରୀ ହେଉଛି । ତୁରନ୍ତ ଏହି ବେଆଇନ ବିକ୍ରିକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

 

Comments are closed.