ଶିମିଳିପାଳରେ ଦୁଇ ବାଘ ଲଢେଇରେ କଳାବାଘର ମୃତ୍ୟୁ

ଭୁବନେଶ୍ୱର- ଶିମିଳିପାଳ ଅଭାୟରଣ୍ୟରେ ଥିବା ବିରଳ କଳାବାଘର ମୃତ୍ୟୁ ହୋଇଛି । ବାଘ ଏବଂ କଳା ବାଘ ମଧ୍ୟରେ ଲଢେଇ ହୋଇ କଳା ବାଘର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପିସିସିଏଫ୍ ଏହି ସୂଚନା ଦେଇଛନ୍ତି ।

ରବିବାରରେ ଶିମିଳିପାଳର ଦକ୍ଷିଣ ଅଭ୍ୟନ୍ତର ଅଞ୍ଚଳରେ ବାଘ ଏବଂ କଳାବାଘ ମଧ୍ୟରେ ଲଢେଇ ହୋଇଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି । କଳା ବାଘ ଶରୀରରେ ଅନେକ କ୍ଷତଚିହ୍ନ ରହିଛି ।

ଜଏଣ୍ଟ ଟାସ୍କ ଫୋର୍ସ, ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି ସଦସ୍ୟ, ସ୍ଥାନୀୟ ଡିଏଫଓ ଏବଂ ପ୍ରାଣୀଧନ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିରଳ କଳାବାଘର ଶବ ବ୍ୟବଚ୍ଛେଦ କରାଯାଇଛି । ବାଘମାନେ ନିଜ ଅଞ୍ଚଳ ଏବଂ ଆଧିପତ୍ୟ ପାଇଁ ଭୟଙ୍କର ଲଢେଇ କରିଥାଆନ୍ତି ।

 

Comments are closed.