www.samajalive.in
Sunday, December 7, 2025
14.1 C
Bhubaneswar

ଶନିବାର କଟକରେ କଳାଧନ ସଂକ୍ରାନ୍ତ ଏସ୍‌ଆଇଟି ବୈଠକ

କଟକ : କଳାଧନ କାରବାର ରୋକିବା ସଂକ୍ରାନ୍ତ ଏସ୍‌ଆଇଟି ବୈଠକ ଆସନ୍ତାକାଲି ଶନିବାର କଟକରେ ଅନୁଷ୍ଠିତ ହେବ । ଦେଶରେ କଳାଧନ କାରବାରକୁ ରୋକିବା ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତ କମିଟି (ଏସ୍‌ଆଇଟି)ର  ୯ମ ବୈଠକ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ କଟକ ତେଲେଙ୍ଗାବଜାରସ୍ଥିତ ବାସଭବନରେ ବୈଠକ ଆସନ୍ତାକାଲି ୧୦.୩୦ରେ ଏହି ବୈଠକ ଅନୁ​ଷ୍ଠିତ ହେବ।

ବୈଠକରେ ଦିଲ୍ଲୀ, ମୁମ୍ବଇ, କଲକାତା ଏବଂ ଓଡ଼ିଶାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ସିବିଡିଟି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ), ସିବିଆଇ, ଇଡି, ଓଡ଼ିଶା ପୁଲିସ, ରାଜ୍ୟ ଖଣି ବିଭାଗ, ଆୟକର ବିଭାଗ ଓ ଏନ୍‌ସିବି (ନାରକୋଟିକ୍‌ କ‌େଣ୍ଟ୍ରାଲ ବ୍ୟୁରୋ)ର ବରିଷ୍ଠ ଅଧିକାରୀମାନଙ୍କୁ ବୈଠକକୁ ଡକାଯାଇଛି। କଟକଠାରେ ଏଥିପୂର୍ବରୁ ଅନୁଷ୍ଠିତ ୮ମ ବୈଠକରେ ଜଷ୍ଟିସ ପଶାୟତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଦେଇଥିବା ତଦନ୍ତ ଦାୟିତ୍ବର ଅଗ୍ରଗତି ରିପୋର୍ଟ ଉପରେ ସମୀକ୍ଷା ହେବ। ସେହିପରି କଳାଧନ ତଦନ୍ତ ନେଇ ଆଗାମୀ ଦିନରେ କି ପଦକ୍ଷେପ ନିଆଯିବ ସେ ନେଇ ମଧ୍ୟ ଜଷ୍ଟିସ ପଶାୟତ ଉପରୋକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏଥିପୂର୍ବରୁ ଭୁବନେଶ୍ବରର ଅର୍ଚ୍ଚନା ନାଗ ମାମଲାରେ ଦିଲ୍ଲୀରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଚ୍ଚନା ନାଗଙ୍କ ଆୟର ଉତ୍ସ, ତାଙ୍କୁ ମିଳିଥିବା ବିଭିନ୍ନ ସୂତ୍ରରୁ ଟଙ୍କା ଓ ଟଙ୍କା ଦେଇଥିବା ଲୋକଙ୍କ ବିଷୟରେ ତଦନ୍ତ କରିବାକୁ ଜଷ୍ଟିସ ପଶାୟତ ନିର୍ଦେଶ ଦେଇଥିଲେ। ସେହିପରି ରାଜ୍ୟର ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଲାଗିଥିବା କଳାଧନ ତଦନ୍ତ ବିଷୟରେ ମଧ୍ୟ ସେଠାରେ ଆଲୋଚନା ହୋଇଥିଲା। ଏଣୁ ଏଥର ହେବାକୁ ଥିବା ଏସ୍ଆଇଟିର ଏହି ୯ମ ବୈଠକରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ଉକ୍ତ ମାମଲାଗୁଡ଼ିକର ତଦନ୍ତ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜଷ୍ଟିସ ପଶାୟତ ସମସ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ହସ୍ତଗତ ହୋଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories