ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ଡିଜିପି ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ବୁଧବାର ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀ ଭାବେ ବିଜୟ କୁମାର ଶର୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଜୟ ଶର୍ମା ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି। ସେ ୧୯୮୬ ବ୍ୟାଚ୍‌ର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ।

prayash

ଉଲ୍ଲେଖଯୋଗ୍ୟ, ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ କରିଥିଲେ। ମଙ୍ଗଳବାର ଏହି ସୁପାରିସକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଦାୟିତ୍ୱ ଦିଆଯାଇଛି। ଏହାପରେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି।

 

Comments are closed.