ୟୁପି ମୁରାଦାବାଦରେ ନିର୍ବାଚନ ଅଧିକାରୀଙ୍କୁ ପିଟିଲେ ବିଜେପି କର୍ମକର୍ତ୍ତା

ମୁରାଦାବାଦ (ୟୁପି): ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ଉତ୍ତରପ୍ରଦେଶ ମୁରାଦାବାଦରେ ବିଜେପି କର୍ମକର୍ତ୍ତା ଜଣେ ନିର୍ବାଚନ ଅଧିକାରୀଙ୍କୁ ବାଡ଼େଇଥିବା ଅଭିଯୋଗ ହୋଇଛି। ଦୈନିକ ସମ୍ବାଦପତ୍ର ଜନସତ୍ତା ଅନୁଯାୟୀ ବିଜେପି କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ, ବୁଥ ନମ୍ବର ୨୩୧ରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ସାଇକେଲ ଚିହ୍ନରେ ଭୋଟ ଦେବା ପାଇଁ କହୁଥିଲେ।
ସେହି ନିର୍ବାଚନ ଅଧିକାରୀ ଜଣକ ହେଉଛନ୍ତି ମହମ୍ମଦ ଜୁବେର। ପରେ ପୁଲିସ ହସ୍ତକ୍ଷେପ ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା ତେବେ ସମ୍ପୃକ୍ତ ଅଧିକାରୀଙ୍କୁ ସେହି ମତଦାନ କେନ୍ଦ୍ରରୁ ଅପସାରଣ କରିନିଆଯାଇଥିଲା।
Comments are closed.