www.samajalive.in
Monday, December 15, 2025
15.1 C
Bhubaneswar

ସେମିରେ ଶିବ, ଆଶିଷ, ସରିତା ଓ ମନୀଷା

ବ୍ୟାଙ୍କକ୍‌ : ଭାରତର ଶିବ ଥାପ୍ପା, ଆଶିଷ କୁମାର, ସତୀଶ କୁମାର, ଆଶିଷ, ଏଲ.ସରିତା ଦେବୀ, ମନୀଷା, ନିଖତ୍‌ ଜରିନ ପ୍ରମୁଖ ଏଠାରେ ଚାଲିଥିବା ଏସୀୟ ବକ୍ସିଂ ଚମ୍ପିଆନସିପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ପୁରୁଷ ୬୦ କିଗ୍ରା ବର୍ଗ କ୍ବାର୍ଟର ଫାଇନାଲରେ ଶିବ ୫-୦ ପଏଣ୍ଟରେ ଥାଇଲାଣ୍ଡର ରୁଜାକ୍ରାନ୍‌ ଜୁନ୍‌ତ୍ରୋଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଶିବ କାଜାଖସ୍ତାନର ଜାକିର ସଫିଉଲିନ୍‌ଙ୍କୁ ଭେଟିବେ। ସେମିକୁ ଉନ୍ନୀତ ହେବାସହ ଶିବ ଏହି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ଥର ପଦକ ଜିତିବା ଆଶାକୁ ନିଶ୍ଚିତ କରିପାରିଛନ୍ତି। ଶିବ ୨୦୧୩ରେ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୨୦୧୫ରେ ବ୍ରୋଞ୍ଜ ଓ ୨୦୧୭ରେ ରୌପ୍ୟପଦକ ଜିତିଥିଲେ।
ପୁରୁଷ ୭୫ କିଗ୍ରା ବର୍ଗ କ୍ବାର୍ଟର ଫାଇନାଲରେ ଆଶିଷ କୁମାର କିର୍ଗିସ୍ତାନର ଓମରବେକ୍‌ ଉଲୁ ବେଜିଜିଟ୍‌ଙ୍କୁ ପରାସ୍ତ କରିଥିବାବେଳେ ୬୯ କିଗ୍ରା ବର୍ଗ କ୍ବାର୍ଟର ଫାଇନାଲରେ ଆଶିଷ ଭିଏତନାମର ତ୍ରାନ୍‌ ଡୁକ୍‌ ଥୋଙ୍କୁ ଓ ୯୧ କିଗ୍ରା ବର୍ଗରେ ସତୀଶ ଦକ୍ଷିଣ କୋରିଆର କିମ୍‌ ଡୋଇଓନଙ୍କୁ ପରାସ୍ତ କରିଛନ୍ତି। ତେବେ ପୁରୁଷ ୯୧ କିଗ୍ରା ବର୍ଗ କ୍ବାର୍ଟର ଫାଇନାଲରେ ଭାରତର ନମନ ତନୱାର ଜୋର୍ଡାନର ହୁସେନ ଏହସାସ୍‌ଙ୍କଠାରୁ ହାରିଯାଇଛନ୍ତି।
ଅପରପକ୍ଷରେ ମହିଳା ୬୦ କିଗ୍ରା ବର୍ଗ କ୍ବାର୍ଟର ଫାଇନାଲରେ ସରିତା କାଜାଖସ୍ତାନର ରିମା ଭୋଲୋସେଙ୍କୋଙ୍କୁ ପରାସ୍ତ କରିଥିବାବେଳେ ମନୀଷା ଫିଲିପାଇନ୍ସର ପେଟେସିଓ ଜାନାଇସ୍‌ଙ୍କୁ ହରାଇଛନ୍ତି। ମହିଳା ୫୧ କିଗ୍ରା ବର୍ଗରେ ନିଖତ୍‌ କାଜାଖସ୍ତାନର ନାଜିମ୍‌ କିଜାଇବେଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories