www.samajalive.in
Sunday, December 14, 2025
19.1 C
Bhubaneswar

ସୂର୍ଯ୍ୟବଂଶୀଙ୍କ ବିଜୟରେ ବିଜେପିର ବିଜୟ ଉତ୍ସବ

ଦେବଗଡ଼଼:ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟରେ ଦେବଗଡ଼ ଜିଲା ବିଜେପି ପକ୍ଷରୁ ଆଜି ବିଜୟ ଉତ୍ସବ ପାଳନ କରାଯାଇଛି। ଆଜି ସଂଧ୍ୟାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚାର ବହୁ ନେତା ଓ କର୍ମୀ ସ୍ଥାନୀୟ ଗୋପବନ୍ଧୁ ଛକରେ ରୁଣ୍ଡହୋଇ ବାଣ ଫଟକା ଫୁଟାଇବା ସହ ବିଭିନ୍ନ ସ୍ଳୋଗାନ ଦେଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହାପରେ ହାତରେ ଦଳୀୟ ପତାକା ଧରି ବିଭିନ୍ନ ସ୍ଳୋଗାନ ଦେଇ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଏକ ଶୋଭାଯାତ୍ରାରେ ସହରର ବିଭିନ୍ନ ସାହି ଗଳି ପରିକ୍ରମା କରିଥିଲେ।

ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀ ବ୍ରହ୍ମାଙ୍କ ତତ୍ୱାବଧାନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକଠାରେ ଅନୁରୂପ ଭାବେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପନଗରପାଳ ଶ୍ରୀଯୁକ୍ତ ଭୋଜଙ୍କ ସମେତ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଦୟାଶଙ୍ଗକର ଦ୍ୱିବେଦୀ, କାଉନଶିଲର ମଧୁସୂଦନ ବାଘ ଓ ଇତିଶ୍ରୀ ମିଶ୍ରଙ୍କ ସମେତ ବିଜେପି ଯୁବମୋର୍ଚ୍ଚ।ର ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ବାଣ ଫଟକା ଫୁଟାଇବା ସହ ନିକଟରେ ଥିବା ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ଦେବଗଡ଼ ବାସୀଙ୍କ ଆଶୀର୍ବାଦ ଯୋଗୁଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କର ବିଜୟ ସମ୍ଭବ ହେଲା ବୋଲି ଏହି ଅବସରରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶ୍ରୀ ବ୍ରହ୍ମା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀ ସୁର୍ଯ୍ୟବଂଶୀଙ୍କ ବିଜୟ ପାଇଁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶଅଯରୀ ବ୍ରହ୍ମାଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା କର୍ମୀ ମାନେ ସହରର ବହୁ ବ୍ୟବସାୟୀ ଏବଂ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାଉ ସହ ଆର୍ଥୀକ ସହାୟତା ପ୍ରଦାନ ପାଇଁ ମଧ୍ୟ ନିବେଦନ କରିଥିଲେ। ଏଥିରୁ ସଂଗୃହିତ ଅର୍ଥକୁ ନିର୍ବାଚନରେ ଖର୍ଚ୍ଚ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟବଂଶୀଙ୍କୁ ପ୍ରଦାନ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories