ଫୁଲବାଣୀ: ଧାମନଗର ଠାରେ ବିଜେପିର ବିଜୟ ଘୋଷଣା ପରେ କନ୍ଧମାଳ ଜିଲାରେ ବିଜେପି ଦଳ ପାଳନ କରିଛି ଏହାର ବିଜୟ ଉତ୍ସବ। ଆଜି ରାତ୍ରରେ ଫୁଲବାଣୀ ଠାରେ ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତି , କାଉନସିଲର ରମେଶ ମହାନ୍ତିଙ୍କ ସମେତ ସମସ୍ତ ବିଜେପି କାଉନସିଲର, ବହୁ ଯୁବନେତା , ମହିଳାନେତ୍ରୀ ଓ ଅନ୍ୟମାନେ ସାମିଲ୍ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଆତସବାଜି ଫୁଟାଇବା ସହିତ ରାସ୍ତାରେ ଯାଉଥିବା ଲୋକଙ୍କୁ ମିଠା ବାଣ୍ଟିଥିଲେ। ସେହିଭଳି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଠାରେ ଧାମନଗର ଯୁବ ବିଧାୟକ ସୂର୍ୟ୍ୟବଂଶୀ ସୁରଜ୍ ଙ୍କ ବିଜୟ ପରେ ଫିରିଙ୍ଗିଆ ବିଜେପି ଯୁବମୋର୍ଚ୍ଚା ତରଫରୁ ବିଜୟ ଉତ୍ସବ ପାଳନ କରାଗଲା । ଏଥିରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର , ସମ୍ପାଦକ ଗୌତମ ମଲିକ , ଯୁବମୋର୍ଚ୍ଚା ଫିରିଙ୍ଗିଆ ମଣ୍ଡଳ ସଭାପତି ସୁଶିଲ କହଁର , ନୂଆ ପଦର୍ ମଣ୍ଡଳ ସଭାପତି ବିରେନ୍ଦ୍ର କହଁର ସଂପାଦକ ଅକ୍ଷୟ କଟା ସଞ୍ଜୟ ଦିଗାଲ କଂସ ଦେବ ସହୁ ରମେଶ ପାଢ଼ୀ ଏବଂ ଯୁବ କାର୍ୟ୍ୟ କର୍ତ୍ତା ସାମିଲ ଥିଲେ । ବାଣ ଫୁଟାଇ, ମିଠା ବାଣ୍ଟି ଏହି ବିଜୟ ଉତ୍ସବ ପାଳନ କରିଥିଲେ।
Popular Categories



