ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି, ଶିବସେନା ଡକାଇଲା ବିଧାୟକ ଦଳ ବୈଠକ

ମୁମ୍ବଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୩ ଦିନ ପରେ ବି ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଭାଗ ଛିଣ୍ଡୁ ନ ଥିବାବେଳେ, କଂଗ୍ରେସ-ଏନସିପି ଚତୁରତାର ସହିତ ନିଜର ଗୋଟି ଚାଳନା କରୁଛନ୍ତି।

prayash

ଅନ୍ୟପଟେ ରାଜ୍ୟ ବିଜେପି କୋର କମିଟିର ଗତ ବୁଧବାର ଅନୁଷ୍ଠିତ ବୈଠକରେ ଶିବସେନା ସହିତ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ନ ହେବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏବଂ ସୁଧୀର ମୁଙ୍ଗତିୱାର ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ନିଜ ବାସଭବନକୁ ଦଳୀୟ ବିଧାୟକମାନଙ୍କୁ ଡକାଇଛନ୍ତି। ଏଥିରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ବିଶେଷ ସୂତ୍ର ଅନୁସାରେ ଉଦ୍ଧବ ଠାକରେ ଏନସିପି-କଂଗ୍ରେସ ସହଯୋଗରେ ସରକାର ଗଠନ କଲେ କ’ଣ ଲାଭ ଏବଂ କ୍ଷତି ହେବ ସେନେଇ ବିଧାୟକମାନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିବା ଜଣାପଡ଼ିଛି।

ତେବେ କଂଗ୍ରେସ-ଏନସିପି ଶିବସେନାକୁ ସମର୍ଥନ ଦେବାକୁ ଚାହୁଁଥିଲେ ହେଁ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ବୁଧବାର କଂଗ୍ରେସ ନେତା ହୁସେନ ଦଲୱାଇ ଶିବସେନା ଭବନକୁ ଯାଇ ସଞ୍ଜୟ ରାଉତଙ୍କୁ ଭେଟିବା ପରେ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥରୁ ଶିବସେନା ପ୍ରତି କଂଗ୍ରେସର ସମର୍ଥନ ରହିଥିବା ଜଣାପଡ଼ିଛି। ସଞ୍ଜୟଙ୍କୁ ଭେଟିବା ପରେ ହୁସେନ ଦଲୱାଇ ଗଣମାଧ୍ୟମକୁ କହିଥିଲେ, ଏବେ ରାଜ୍ୟରେ କୌଣସି ପରିସ୍ଥିତିରେ ବି ବିଜେପି ସରକାର ଗଢ଼ି ପାରିବ ନାହିଁ। ଶିବସେନା ବିଜେପିଠାରୁ ଅନେକ ଗୁଣରେ ଭଲ ଏବଂ ଦୁଇ ଦଳର ହିନ୍ଦୁତ୍ଵ ମଧ୍ୟରେ ବି ଫରକ ରହିଛି।

kalyan agarbati

Comments are closed.