ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି – ନାଗପୁରରୁ ନୀତିନ ଗଡକରୀ ଓ କର୍ନାଲରୁ ଲଢିବେ ଖଟ୍ଟର

ଡେସ୍କ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ୭୨ ଜଣ ପ୍ରାର୍ଥୀ ତାଲିକାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଖଟ୍ଟର କର୍ନାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଲୋକସଭା ଆସନର ନାମ ମଧ୍ୟ ଏହି ତାଲିକାରେ ରହିଛି। ଅନୀଲ ବାଲୁନି ଗଡ଼ୱାଲରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ହମିରପୁରରୁ ଅନୁରାଗ ଠାକୁରଙ୍କୁ ସୁଯୋଗ ଦିଆଯାଇଛି।

ଶସ୍ତାରେ ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ସୁଯୋଗ ! ଦାମ୍ କମାଇଲା ଏହି କମ୍ପାନୀ

ବିଜେପିର ଦ୍ୱିତୀୟ ତାଲିକାରେ ଅଶୋକ ତନୱରଙ୍କୁ ସିରସାରୁ ଟିକେଟ ଦିଆଯାଇଛି। ଏହାବ୍ୟତୀତ ଗୁରୁଗ୍ରାମରୁ ରାଓ ଇନ୍ଦ୍ରଜିତ ସିଂହ, ଫରିଦାବାଦରୁ କ୍ରିଷନ ପାଲ ଗୁର୍ଜର ଏବଂ ଅମ୍ବାଲାରୁ ପୂର୍ବତନ ସାଂସଦ ରତନଲାଲ କଟାରିଆଙ୍କ ପତ୍ନୀ ବଣ୍ଟୋ କଟାରିଆଙ୍କୁ ଟିକେଟ୍ ଦିଆଯାଇଛି। ସୋମବାର ରାତିରେ ଦଳର ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଜେପି ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣାର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା।

ପୁଟିନଙ୍କ ଚେତାବନୀ – ପରମାଣୁ ଯୁଦ୍ଧ ପାଇଁ ରୁଷ୍ ପ୍ରସ୍ତୁତ

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ ଜୋରଦାର ଆଲୋଚନା ହୋଇଥିଲା। ଆନ୍ଧ୍ରପ୍ରଦେଶରୁ ଡି ପୁରନ୍ଦେଶ୍ୱରୀ, ୱାଇ ସତ୍ୟ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ, ସିଏମ ରମେଶ ଏବଂ ୱାଇଏସ ଚୌଧୁରୀଙ୍କୁ ଟିକେଟ ଦେବାକୁ ଘୋଷଣା କରାଯାଇଛି।

ବାଂଲାଦେଶୀ ଜାହାଜକୁ ଅପହରଣ କଲେ ସୋମାଲି ଡକାୟତ

ମାର୍ଚ୍ଚ ୨ରେ ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ କିରଣ ରିଜିଜୁ, ସର୍ବାନନ୍ଦ ସୋନୋୱାଲ, ବିଜୟ ବାଘେଲ, ପ୍ରବୀଣ ଖଣ୍ଡେଲୱାଲ, ମନୋଜ ତିୱାରୀ, ବାଂସୁରୀ ସ୍ୱରାଜ, ରାମବୀର ସିଂହ ବିଧୁରୀ, ଅମିତ ଶାହା, ପୁରୁଷୋତ୍ତମ ରୂପାଲା, ମନସୁଖଭାଇ ମାଂଡବ୍ୟ, ଅର୍ଜୁନ ମୁଣ୍ଡାଙ୍କ ଭଳି ବଡ଼ ବଡ଼ ନାମ ସାମିଲ ହୋଇଥିଲେ। ବିଜେପି ନିଜର ପ୍ରଥମ ତାଲିକାରେ ଏକମାତ୍ର ମୁସଲମାନ ଡକ୍ଟର ଅବଦୁଲ ସଲାମଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା। ଅବଦୁଲ ସଲାମଙ୍କୁ କେରଳର ମଲାପୁରମ୍ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅର୍ଜୁନ ରାମ ମେଘୱାଲ ବିକାନେର (ଏସସି) ଆସନରୁ ନିର୍ବାଚନ ଲଢ଼ିବେ। କୋଟାରୁ ଓମ୍ ବିର୍ଲା ଓ ଚିତ୍ତୋଡଗଡ଼ରୁ ସିପି ଯୋଶୀଙ୍କୁ ପ୍ରାର୍ଥୀ କରାଯାଇଛି।

Comments are closed.