ବାଂଲାଦେଶୀ ଜାହାଜକୁ ଅପହରଣ କଲେ ସୋମାଲି ଡକାୟତ

ଡେସ୍କ: ସୋମାଲିଆ ଉପକୂଳ ନିକଟରେ ଭାରତ ମହାସାଗରରେ କୋଇଲା ବୋଝେଇ ବାଂଲାଦେଶୀ ପତାକା ଚିହ୍ନିତ ମାଲବାହୀ ଜାହାଜ ଏମଭି ଅବଦୁଲ୍ଲାକୁ ସୋମାଲିଆ ଡକାୟତମାନେ ଅପହରଣ କରିନେଇଛନ୍ତି। ଜାହାଜଟି ମୋଜାମ୍ବିକର ମାପୁଟୋ ବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ବେଳେ ଡକାୟତମାନେ ଆକ୍ରମଣ କରିଥିଲେ। ସୋମାଲିଆ ଡକାୟତଙ୍କ ଦ୍ୱାରା ଅପହରଣ ହୋଇଥିବା ବାଂଲାଦେଶୀ ପତାକା ଚିହ୍ନିତ ଜାହାଜ ଅପହରଣର ଏହା ହେଉଛି ଦ୍ୱିତୀୟ ଘଟଣା। ସେଥିରେ ୨୩ ଜଣ କ୍ରୁ ସଦସ୍ୟ ଅଛନ୍ତି।

ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦର ନୂଆ ୱେବସାଇଟ୍ ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର

ଏମଭି ଅବଦୁଲ୍ଲାଙ୍କ ମାଲିକାନା ଏସଆର ସିପିଂ ଲାଇନ୍ସ – ଚଟ୍ଟୋଗ୍ରାମସ୍ଥିତ କବୀର ଷ୍ଟିଲ ଆଣ୍ଡ ରିରୋଲିଂ ମିଲ (କେଏସଆରଏମ) ଗ୍ରୁପର ଏକ ସହଯୋଗୀ କମ୍ପାନୀ। ସମସ୍ତ କ୍ରୁ ମେମ୍ବରଙ୍କୁ ଡକାୟତମାନେ ବନ୍ଧକ ରଖିଛନ୍ତି ବୋଲି କେଏସଆରଏମର ଗଣମାଧ୍ୟମ ପରାମର୍ଶଦାତା ମିଜାନୁଲ ଇସଲାମ କହିଛନ୍ତି।

ନାଗରିକତା ସଂଶୋଧନ ଆଇନ – ଗୃହ ମନ୍ତ୍ରଣାଳୟ ଆରମ୍ଭ କରିବ ହେଲ୍ପଲାଇନ ନମ୍ବର

ଭାରତ ମହାସାଗରରେ ଡକାୟତମାନେ ଜାହାଜ ଅପହରଣ କରିଥିବା ନେଇ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ କ୍ୟାପ୍ଟେନଙ୍କ ଠାରୁ ଏକ ବାର୍ତ୍ତା ପାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡକାୟତମାନେ ଏପର୍ଯ୍ୟନ୍ତ କୌଣସି ଅର୍ଥ ପାଇଁ ଯୋଗାଯୋଗ କରିନାହାଁନ୍ତି।

କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ସରକାର

ବାଂଲାଦେଶ ଜାହାଜ ଚଳାଚଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଜାହାଜ ଏବଂ ଏଥିରେ ଥିବା ନାବିକମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିବା ପାଇଁ ସେମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଏବଂ ଦୂତାବାସ ସହିତ ଯୋଗାଯୋଗ କରିସାରିଛନ୍ତି।

Comments are closed.