www.samajalive.in
Monday, December 15, 2025
15.1 C
Bhubaneswar

ପୌର ସମସ୍ୟା ଗୁଡିକର ସ୍ଥାୟୀ ଓ ଶିଘ୍ର ସମାଧାନ ଦାବିରେ ବିଜେପିର ରଣହୁଙ୍କାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଘୋଷିତ ହେବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ନିର୍ବାଚନ ହେଉ ନାହିଁ। ଏଣୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ଏବେ ସମ୍ବଲପୁର ମହାନଗର ନିଗମକୁ ବିଗତ ୧୦ ବର୍ଷ ହେବ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ କରାଯାଉଛି । ଫଳରେ ମହାନଗର ନିଗମବାସୀ ସର୍ବନିମ୍ନ ପୌର ସୁବିଧାରୁ ବଞ୍ଚିତ ରହିଥିବା ବେଳେ ନିଗମ ଏବେ ଦୁର୍ନିତୀ, ଭ୍ରଷ୍ଟାଚାର ଓ ପ୍ରିୟାପ୍ରିତି ତୋଷଣର ଗନ୍ତାଘର ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ବିକ୍ଷୋଭ ରାଲି ସହରର ୨ଟି ସ୍ଥାନ ଲକ୍ଷ୍ମୀ ଟକିଜ ଛକ ଓ ବାଲିବନ୍ଧା ଠାରୁ ଆରମ୍ଭ ହୋଇ ମ୍ୟୁନିସିପାଲିଟି ଛକରେ ୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ବିରାଟ ପଟୁଆରରେ ଯାଇଥିଲେ ଏବଂ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ପରେ ରାଜ୍ୟପାଳଙ୍କୁ ଜିଲାପାଳଙ୍କ ଜରିଆରେ ୧୦ ଦଫିଆ ଦାବିପତ୍ରରେ ପ୍ରଦାନ କରାଯାଇଛି । ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁର ମହାଗର ନିଗମରେ ହେଉଥିବା ବ୍ୟାପକ ଦୁର୍ନିତୀ, ଭ୍ରଷ୍ଟାଚାର ଓ ପ୍ରିୟାପ୍ରିତି ତୋଷଣକୁ ବନ୍ଦ କରିବା, ମହାନଗର ଅଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ନିଗମ ଅଞ୍ଚଳରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଯଥା ଶିଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ, ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ସମସ୍ତ ରାସ୍ତା ଓ ନାଳ ଗୁଡିକର ଉପଯୁକ୍ତ ମରାମତି, ନିଗମ ଅଧିନସ୍ଥ ସମସ୍ତ ଅଞ୍ଚଳରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଶୌଚାଳୟର ବ୍ୟବସ୍ଥା, ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବ୍ୟବସାୟୀଙ୍କ ଉପରେ ଟ୍ରେଡ ଲାଇସେନ୍ସ ଦେୟର ଅହେତୁକ ବୃଦ୍ଧିକୁ ବନ୍ଦ କରାଯିବା ଓ ସର୍ବପୁରାତନ ମାତୃମଙ୍ଗଳ କେନ୍ଦ୍ର ଡ. ଜନାର୍ଦ୍ଦନ ପୂଜାରୀ ମେଟରନିଟୀ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ବୋଲି ବିଜେପି ଦାବି କରିଛି ।

- Advertisement -

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ପ୍ରତିବାଦ ସଭାରେ ବିଧାୟକ ନାଉରୀ ନାୟକ ସରକାରଙ୍କ ଦ୍ୱାରା ପରୋକ୍ଷରେ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ସମ୍ବଲପୁର ମହାନଗର ନିଗମକୁ ନେଇ ବର୍ଷି ଥିଲେ। ସମ୍ବଲପୁରରେ ବିଜେପିର ବିଧାୟକ, ସାଂସଦ ଥିବାରୁ ନିର୍ବାଚନ ହେଲେ ହାରିଯିବାର ଭୟରେ ରାଜ୍ୟ ଶାସକ ଦଳ ଜାଣିଶୁଣି ମହାନଗର ନିର୍ବାଚନ କରୁ ନାହାନ୍ତି। ପ୍ରଶାସନିକ ବ୍ୟବସ୍ଥା ଜରିଆରେ ଅଗଣତାନ୍ତ୍ରିକ ଭାବରେ ନିଗମକୁ ନିୟନ୍ତ୍ରଣ ଓ ପରିଚାଳନା କରୁଛନ୍ତି। ଏହାର ଦୁଷ୍ପପ୍ରଭାବରେ ଏବେ ମହାନଗର ନିଗମ ଦୁର୍ନିତୀ, ଭ୍ରଷ୍ଟାଚାର, ପ୍ରିୟାପ୍ରିତି ତୋଷଣର ଗନ୍ତାଘର ସାଜିଛି। କେନ୍ଦ୍ର ସରକାରଙ୍କ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କାର ପାଣ୍ଠି ବିଭିନ୍ନ ପ୍ରକଳ୍ପ ଜରିଆରେ ଓଡିଶାକୁ ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାର ସୁଫଳ ଜନତାଙ୍କୁ ମିଳି ନାହିଁ। ପ୍ରତି ମାସ ୱାର୍ଡ ପିଛା ସଫେଇ ପାଇଁ ସାଢ଼େ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାର ସରକାର ବିଧାନସଭାରେ ପ୍ରଶ୍ନର ଉତ୍ତରରେ କହିଥିବା ବେଳେ ନିଗମର ସବୁ ଅଞ୍ଚଳରେ ଆବର୍ଜନାର ପାହାଡ ଜମା ହୋଇ ରହିଛି। ଏଭଳି ସବୁକ୍ଷେତ୍ରରେ ଦୁର୍ନୀତି ଓ ପ୍ରିୟାପ୍ରିତି ତୋଷଣ ଜାରି ରହିଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ଜିଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ, ସିମାଞ୍ଚଳ ଖଟେଇ, ଟଙ୍କାଧର ତ୍ରିପାଠୀ, ରାମଚନ୍ଦ୍ର ମେହେର, ସରୋଜ କୁମାର ଘଡେଇ, ଜୟନ୍ତ ଦାସ, ନିଳାମ୍ବର ସିକନ୍ଦର ପ୍ରମୁଖ ଉଦବୋଧନ ଦେଇ ସରକାରଙ୍କ ବିରୋଧରେ ଗର୍ଜି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ଦାଶ, ଡା. ପ୍ରଭାସ ଦେବତା, ସବିତା ନନ୍ଦ, ଦାମୋଦର କର, ଆଶିଷ ହୋତା, ମାନସ ରଞ୍ଜନ ବକ୍ସୀ, ନରେନ୍ଦ୍ର ମିଶ୍ର, ମଣ୍ଟୁ ଅଗ୍ରୱାଲ, ପ୍ରଭୁଦତ୍ତ ପଣ୍ଡା, ରୁନୁ ପ୍ରଧାନ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories