www.samajalive.in
Tuesday, December 9, 2025
16.1 C
Bhubaneswar

ସଭାପତି ହେଲେ ସବୁ ହେବ!

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଘୋଷଣା ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଜାନୁୟାରୀ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ପାରିନାହିଁ। ଦଳର ୩୭ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ କେବଳ ୨୩ ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସମସ୍ତ ମଣ୍ଡଳ ସଭାପତିଙ୍କ ନାମ ମଧ୍ୟ ଚୁଡ଼ାନ୍ତ ହୋଇପାରି ନାହିଁ। ସଭାପତି ଚୟନ ନେଇ ସହମତି ପ୍ରକାଶ ପାଇପାରୁ ନାହିଁ। ମନମୋହନ ସାମଲଙ୍କୁ ରିପିଟ୍ କରିବା ପାଇଁ କେତେକ ମନ୍ତ୍ରୀ,ସାଂସଦ ଏବଂ ବିଧାୟକ ଜିଦ୍ ଧରିଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି। ସେପଟେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଗୁରୁବାର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । କେବଳ ଗୋଟିଏ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଛଡ଼ା ବାକି ସବୁ ସମୟରେ ସେ ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ପ୍ରଥମ ଥର ବିଜେପି ଏକାକୀ ସରକାର ଗଠନ କରିଥିବା କାରଣରୁ ଆଗକୁ କିଭଳି ଏହା ବଜାୟ ରହିବ, ସେନେଇ ଦଳ ଏବଂ ଆରଏସଏସ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି। ଭାଗବତ ସେହି ଅନୁସାରେ ସମସ୍ତ ଆଶାୟୀ ବିଜେପି ରାଜ୍ୟ ସଭାପତି ପ୍ରାର୍ଥୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ରାଜ୍ୟ ୟୁନିଟ୍ ପାଇଁ ଏମାନଙ୍କ କଣ ସବୁ ଯୋଜନା ରହିଛି, ସେନେଇ ଆଲୋଚନା କରିବେ। ରାଜ୍ୟ ସରକାରକୁ ଇତି ମଧ୍ୟରେ ୬ ମାସ ପୁରି ସାରିଲାଣି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଥା କେବଳ ଆଲୋଚନାରେ ରହିଯାଇଛି। କୌଣସି ଗୋଟିଏ ବି ନିଗମ, ପରିଷଦ ବା କମିଶନର ଅଧ୍ୟକ୍ଷ ପଦ ପୂରଣ କରାଯାଇ ପାରିନାହିଁ। ନିକଟରେ କେବଳ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବରେ ପୂର୍ବତନ ପ୍ରଶାସକ ମଧୂସୁଦନ ପାଢ଼ୀଙ୍କୁ ନିଯୁକ୍ତ କରାଯାଇଛି। ମହିଳା କମିଶନଙ୍କଠାରୁ ଆରମ୍ଭ କରି ବିଭିନ୍ନ ନିଗମର ଅଧ୍ୟକ୍ଷ ହେବା ଲାଗି ବହୁ ବିଜେପି ନେତା ହାତ ଟେକି ବସିଛନ୍ତି। କିନ୍ତୁ ତାହା ସବୁ ଚୁଡ଼ାନ୍ତ ହୋଇପାରୁନାହିଁ। ଏସବୁ ମଧ୍ୟରେ ରାଜ୍ୟ ବିଜେପିର କିଏ ହେବେ ନୂତନ ସଭାପତି ସେନେଇ ଅନେକ କିଛି ନିର୍ଭର କରୁଥିବା ଚର୍ଚ୍ଚା ହେଉଛି। ନୂତନ ସଭାପତି ଘୋଷଣା କରାଯିବା ପରେ ସରକାର ଏବଂ ସଙ୍ଗଠନ ମଧ୍ୟରେ ଆଲୋଚନା କରାଯାଇ ଏସବୁ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି। ତେଣୁ ସଭାପତି ହେବା ପରେ ସବୁ ହେବ ବୋଲି ବିଜେପି ନେତାମାନେ କହୁଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories