www.samajalive.in
Sunday, December 14, 2025
26.1 C
Bhubaneswar

୬ବର୍ଷ ହେଲା ଖତ ଖାଉଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ରେଙ୍ଗାଲି: ସରକାରୀ ସମ୍ପତ୍ତି ଅକାରଣରେ ନଷ୍ଟ ହେଉଥିବାର ଦେଖିଲେ ଲୋକେ କହନ୍ତି ସରକାର କା ମାଲ୍ ଦରିଆ ମେ ଡାଲ୍। ଏହି ଉକ୍ତିର ଜ୍ବଳନ୍ତ ଉଦାହରଣ ଅଟେ ରେଙ୍ଗାଲି ବ୍ଲକର ହୀରାକୁଦ ଜଳଭଣ୍ଡାର ପାର୍ଶ୍ବ ସପନେ ଠାରେ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର। ପୂର୍ତ୍ତ ବିଭାଗ ଦ୍ବାରା ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ୨୦୦୮ ଜୁଲାଇ ୨୮ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ସୁବିଧାକେନ୍ଦ୍ରରେ ଯାତ୍ରୀ ଓ ପଥିକ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ, ଖାଦ୍ୟପେୟ, ମନୋରମ ଉଦ୍ୟାନ ଭିତ୍ତିଭୂମିର ବ୍ୟବସ୍ଥା ରହିଛି। ତେବେ ବିଡମ୍ବନାର ବିଷୟଯେ ଉଦଘାଟନର ୬ବର୍ଷ ବିତିଗଲା ପରେ ବି ପଥପ୍ରାନ୍ତ ସୁବିଧା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ନାହିଁ। କୋଟିକୋଟି ଟଙ୍କାର ସରକାରୀ ସମ୍ପତ୍ତି ଖତ ଖାଉଛି। ସୁବିଧାକେନ୍ଦ୍ର ଅସାମାଜିକ ତତ୍ତ୍ବ ଏବଂ ନିଶାଖୋର୍ ମାନଙ୍କ ଆଡ୍ଡା ସ୍ଥଳି ପାଳଟିଛି। ରେଙ୍ଗାଲି ରୁ ସପନେ ସେତୁ ଦେଇ ଲଖନପୁର ବ୍ଲକ ବେଳପାହାଡ ଅଞ୍ଚଳ ଦେଇ ଛତିଶଗଡ କୁ ସଂଯୋଗ କରୁଥିବା ରାସ୍ତାର ସପନେ ନିକଟରେ ଯାତ୍ରୀମାନଙ୍କ ବିଶ୍ରାମ ତଥା ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ପଥପ୍ରାନ୍ତ ସୁବିଧାକେନ୍ଦ୍ର ନିର୍ମାଣ କରାଇଥିଲେ । କିନ୍ତୁ ୬ବର୍ଷ ବିତିଗଲା ପରେ ବି ତଥାକଥିତ ପଥପ୍ରାନ୍ତ ସୁବିଧାକେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ନଥିବାରୁ ଯାତ୍ରୀମାନଙ୍କୁ କୌଣସି ସୁବିଧା ମିଳୁ ନାହିଁ। ଜନସାଧାରଣ ଙ୍କ ବୃହତ୍ତର ସ୍ଵାର୍ଥ ଓ ସୁବିଧା ଦୃଷ୍ଟିରୁ ସପନେ ଠାରେ ନିର୍ମିତ ପଥପ୍ରାନ୍ତ ସୁବିଧାକେନ୍ଦ୍ର କୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ଯାତ୍ରୀ ତଥା ପଥିକ ମାନଙ୍କୁ ସେବା ପ୍ରଦାନ କରାଯାଉ ବୋଲି ସଚେତନ ନାଗରିକ ମହଲ ରେ ଦାବୀ ହେଉଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories