ନବରଙ୍ଗପୁର : ରାଜ୍ୟ ବିଜେଡି ସରକାର ପଛୁଆବର୍ଗଙ୍କୁ ସବୁକ୍ଷେତ୍ରରେ ଅବହେଳା କରୁଛନ୍ତି ବୋଲି ଭାରତୀୟ ଜନତାପାର୍ଟି ପଛୁଆବର୍ଗର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ଗସ୍ତରେ ଯାଇ ଶ୍ରୀ ବିଶ୍ୱାଳ, ଜିଲା ବିଜେପି କାର୍ଯ୍ୟାଳୟଠାରେ ଜିଲା ବିଜେପିର ପଛୁଆବର୍ଗର କାର୍ଯ୍ୟକର୍ତ୍ତାଙ୍କର ବୈଠକରେ ଯୋଗଦେଇଥିଲେ । ସେ ରାଜ୍ୟ ବିଜେଡି ସରକାର ପଛୁଆବର୍ଗଙ୍କୁ ସବୁକ୍ଷେତ୍ରରେ ଅବହେଳା କରୁଥିବା କହିଥିଲେ। ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଦେଶର ଏକମାତ୍ର ରାଜ୍ୟଭାବେ ଓଡିଶା ସରକାର ପଛୁଆବର୍ଗକୁ ସଂରକ୍ଷଣ ଦେଉନଥିବା କହିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ପଛୁଆବର୍ଗ ପକ୍ଷରୁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି କହିଥିଲେ । ପଛୁଆବର୍ଗକୁ ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଉଥିବା କହିବା ସହ ବିଜେଡିକୁ ତୀବ୍ର ସମାଲୋଚନା କରିଥିଲେ । ପଛୁଆବର୍ଗଙ୍କ ପାଇଁ ତୁରନ୍ତ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ । ଜିଲା ବିଜେପି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଦୈତାରୀ ମାଝୀ ସଭା ପରିଚାଳନା କରିଥିଲେ । ଆଗାମୀ ଦିନରେ ଓବିସି ବର୍ଗର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ। ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ଉପସଭାପତି ସୁରେନ୍ଦ୍ର କୁମାର ବିଷୋୟୀ, ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସିଦ୍ଧାର୍ଥଶଙ୍କର ପତି, ଞାନେନ୍ଦ୍ର କୁମାର ସ୍ୱାଇଁ ଓ ସଂଗ୍ରାମ କେଶରୀ ନାୟକଙ୍କର ସମେତ ଦେବାଦାସ ମହାଙ୍କୁଡ, ମୃତ୍ୟୁଞୟ ମହାରଣା, ଜ୍ୟୋତିରଞନ କଂସ , ବବିତା ସାହୁ ଓ ଶୁଭମ୍ ଚୈାଧୂରୀ ପ୍ରମୂଖ ଯୋଗ ଦେଇଥିଲେ।
Popular Categories



