www.samajalive.in
Sunday, December 14, 2025
26.1 C
Bhubaneswar

ଚାନ୍ଦା ମାଗି ଦୁଇ ୱେବ ପୋର୍ଟାଲ୍‌ ସାମ୍ବାଦିକ ଗିରଫ, ଜଣେ ଫେରାର

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ପୁଲିସ ତିନିଜଣ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ଗିରଫ କରିଛି। ଜଣେ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କ ଠାରୁ ବଟି ଆଦାୟ କରିବା ମାମଲାରେ ପୁଲିସ ଦୁଇ ୱେବ୍ ଚ୍ୟାନେଲ ପ୍ରତିନିଧିଙ୍କୁ ଗିରଫ କରିଥିବାବେଳେ ଜଣେ ୱେବ୍ ପ୍ରତିନିଧି ଫେରାର୍ ଥିବା ଜଣାଯାଇଛି।
ସୂଚନା ପ୍ରକାରେ, ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ୩ଜଣ ୱେବ୍ ପୋର୍ଟାଲ ପ୍ରତିନିଧି ଜିତେନ୍ଦ୍ର ଦାଶ, (ଫୋକସ୍ ଅନ୍ ନେସନର ରାଜ୍ୟ ମୁଖ୍ୟ),  ଯୁବ ଶକ୍ତି ନ୍ୟୁଜର ଉମରକୋଟ ପ୍ରତିନିଧି ନିଗମ ସାହୁ, ନ୍ୟୁଜ ୬ର ଉମରକୋଟ ପ୍ରତିନିଧି ଶଙ୍କର ପ୍ରସାଦ ତୁରୁକ ଉମରକୋଟ ବ୍ଲକ ନାୟକଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିନା ଅନୁମତିରେ ପ୍ରବେଶ କରିବା ସହ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତଙ୍କୁ ଧମକ ଚମକ ଦେଇ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କ ଠାରୁ ୫୦ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଭୟଭୀତ ହୋଇ ଶିକ୍ଷକ ଜଣକ ପ୍ରଥମେ ୩୦ହଜାର ଟଙ୍କା ଜିତେନ୍ଦ୍ର ଦାଶଙ୍କୁ ୟୁପିଆଇ ମାଧ୍ୟମରେ ପଠାଇଥିବା ବେଳେ ନିଗମ ଦାସ ପୁଣିଥରେ ୫ହଜାର ଟଙ୍କା ତାଙ୍କ ହାତରୁ ନେଇଥିଲେ ଏବଂ ବାକି ଟଙ୍କା ନ ଦେଲେ ବହୁତ ଅସୁବିଧା ହେବ ବୋଲି ଧମକ ଦେଇଥିଲେ। ଏଥିସହ ତାଙ୍କ ପ୍ରତି ବହୁ ଅପମାନ ଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ନାୟକଗୁଡ଼ା ଗ୍ରାମର ଦମାଡୁ ବଞ୍ଜାରାଙ୍କ ପୁଅ କମଳ ବଞ୍ଜାରା ଗତ ୩ତାରିଖ ଶୁକ୍ରବାର ଦିନ ନାୟକଗୁଡା ବିଦ୍ୟାଳୟକୁ ଯାଇଥିବାବେଳେ ସେ ଅନ୍ୟ ବିଦ୍ୟାଳୟରେ ପଢୁଥିବା ଏବଂ ତାଙ୍କ ବିଦ୍ୟାଳୟରେ କମଳଙ୍କ ନାଁ ନ ଥିବାରୁ ଘରକୁ ପଠେଇ ଦେଇଥିଲେ। ଏଥିରେ କମଳଙ୍କ ପିତା ଉତ୍ତେଜିତ ହୋଇ ସହକାରୀ ଶିକ୍ଷକଙ୍କୁ ବିଭିନ୍ନ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ନାୟକଙ୍କୁ ଜଣାଇବା ପରେ ବୈଠକ ଡକାଯାଇ ଦମାଡୁଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଦମାଡୁ ଉମରକୋଟ ଅଞ୍ଚଳର ଏହି ତିନିଜଣ ୱେବ ସାମ୍ବାଦିକଙ୍କୁ ଡକାଇ ସେମାନଙ୍କ ମାଧ୍ୟମରେ ଶିକ୍ଷକଙ୍କୁ ଭୟଭୀତ କରାଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମିଡିଆ ସଂଯୋଜକ ଥିବା ଜଣାଯାଇଛି। ଧମକଚମକ ଓ ଟଙ୍କା ଆଦାୟ ନେଇ ପ୍ରଧାନ ଶିକ୍ଷକ ଉମରକୋଟ ଥାନାରେ ଉକ୍ତ ତିନି ଅଭିଯୁକ୍ତଙ୍କ ସମେତ କମଳ ବଞ୍ଜାରାଙ୍କ ନାମରେ ଅଭିଯୋଗ କରିବା ସହ ପ୍ରମାଣ ସ୍ବରୂପ ଜିତେନ୍ଦ୍ର ଦାଶଙ୍କ ଆକାଉଣ୍ଟକୁ ପଠାଇଥିବା ଟଙ୍କା ରସିଦକୁ ଥାନାରେ ଦେଇଥିଲେ। ଉମରକୋଟ ପୁଲିସ ଘଟଣାର ତଦନ୍ତ କରି ଜିତେନ୍ଦ୍ର ଦାଶ, ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ବେଳେ ନିଗମ ସାହୁ ଫେରାର ଥିବା ଜଣାଯାଇଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories