www.samajalive.in
Tuesday, December 9, 2025
23.1 C
Bhubaneswar

ରାମ ମନ୍ଦିର ପାଇଁ ଅଧ୍ୟାଦେଶ ସପକ୍ଷରେ ନାହିଁ ବିଜେପି: ବିଜୟଭର୍ଗୀୟା

କଲକାତା : ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ବିଜେପି ଅଧ୍ୟାଦେଶ ଆଣିବା ସପକ୍ଷରେ ନାହିଁ ବୋଲି ଦଳର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି। ସେ କହିଛନ୍ତି ଯେ ବିଜେପି ହିଁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବ। ଅନ୍ୟ କୌଣସି ଦଳ ରାମ ମନ୍ଦିର ନିର୍ମାଣ ଲାଗି ସାହସ କରିପାରିବେ ନାହିଁ। ସେ କହିଛନ୍ତି ମନ୍ଦିର ନିର୍ମାଣ ପ୍ରସଙ୍ଗ ଲୋକଙ୍କ ପାଇଁ ଯେତିକି ଭଲ ତା’ ଠାରୁ ଅଧିକ କ୍ଷତିକାରଣ ସାବ୍ୟସ୍ତ ହେଉଛି। ମନ୍ଦିର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଂଖ୍ୟାଲଘୁଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି। ଏପରି କରି ବିରୋଧୀ ଦଳ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ସେ କହିଛନ୍ତି ଯେ ରାମ ମନ୍ଦିର ପ୍ରସଙ୍ଗର ପୁନର୍ବିଚାର ପାଇଁ ବିଜେପି ଆଉ ଥରେ ଅଦାଲତଙ୍କୁ ନିବେଦନ କରିବ। ଏହି ପ୍ରସଙ୍ଗ ଏବେ ଅଦାଲତରେ ବିଚାରାଧୀନ ଥିବାରୁ ତରବର ହେବାର ଆବଶ୍ୟକତା ନାହିଁ। ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବା ଲାଗି ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ୍‍, ଶିବସେନା ଭଳି ସଂଗଠନଗୁଡିକ ବିଜେପି ଉପରେ ଚାପ ପକାଉଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ନଭେମ୍ବର ୨୫ରେ ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ଧର୍ମସଭା କରିଥିଲା। ଏଥିରେ ଲକ୍ଷ ଲକ୍ଷ ହିନ୍ଦୁ ଯୋଗ ଦେଇଥିଲେ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories