ବିଧାୟକଙ୍କୁ ଜୋତା ମାରିଥିବା ସାସଂଦଙ୍କୁ ମିଳିଲାନି ଟିକେଟ
ଲକ୍ଷ୍ମୌ ..- ନିଜ ଦଳର ନେତାଙ୍କୁ ଜୋତାରେ ପିଟିଥିବା ସାସଂଦଙ୍କୁ ଚଳିତ ବର୍ଷ ବିଜେପି ପାର୍ଟିର ଟିକେଟ ଦିଆଯାଇନାହିଁ । ଗୋରଖପୁରରୁ ଭୋଜପୁରୀ ସିନେମା ଅଭିନେତା କିଶନଙ୍କୁ ବିଜେପି ଟିକେଟ ପ୍ରଦାନ କରିଛି । ଗୋରଖପୁରର ସାଂସଦ ପ୍ରବୀଣ ନିଷାଦଙ୍କୁ ସନ୍ଥ କବିରନଗରରୁ ପ୍ରାର୍ଥୀ କରାଯାଇଛି । ସନ୍ଥକବି ନଗରର ସାଂସଦ ଶରଦ ତ୍ରିପାଠୀ ନିଜ ଦଳର ବିଧାୟକଙ୍କୁ ଏକ ବୈଠକରେ ଜୋତାରେ ପିଟିଥିଲେ । ଏହାର ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା ।ଏହାପରେ ଶରଦ ତ୍ରିପାଠୀଙ୍କୁ ଚଳିତ ଥର ବିଜେପି ପକ୍ଷରୁ ଟିକେଟ ଦିଆଯାଇ ନାହିଁ । ଅଶୋଭନୀୟ ଆଚରଣ ଅଭିଯୋଗରେ ତାଙ୍କର ଟିକେଟ କଟିଥିବା ଆଲୋଚନା ହେଉଛି ।
ହେଲେ ତାଙ୍କର ପିତା ରାମପତି ରାମ ତ୍ରିପାଠୀଙ୍କୁ ଦେବରିଆ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି । ହେଲେ ଶରଦଙ୍କସ୍ଥାନରେ ପ୍ରବୀଣ ନିଷାଦଙ୍କୁ ସନ୍ଥ କବିର ନଗରର ପ୍ରାର୍ଥୀ କରାଯାଇଛି ।
Comments are closed.