ପଥର ଫିଙ୍ଗାଳିଙ୍କୁ ହତ୍ୟା କରାଯିବା ଉଚିତ: ବିଜେପି ସାଂସଦ

0

ନୂଆଦିଲ୍ଲୀ: ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିବା ବିଜେପି ନେତାଙ୍କ ଧାରା ପାଲଟି ଯାଇଛି। କଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ହତ୍ୟା କରାଯିବା ଆବଶ୍ୟକ ବୋଲି କହିବା ପରେ ବିବାଦକୁ ଆସିଛନ୍ତି ବିଜେପି ସାଂସଦ ଡି ପି ଭାଟ୍‍ସ।
ଏହି ରାଜ୍ୟସଭା ସାଂସଦ କହିଛନ୍ତି ଯେ କଶ୍ମୀରର ପଥର ଫିଙ୍ଗାଳିଙ୍କ ଉପରେ ମାମଲା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି। ପ୍ରାୟ ୧୦ ହଜାର ବାଳକଙ୍କ ନାମରେ ଏଭଳି ମାମଲା ଥିବା ବେଳେ ସେମାନଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଉପରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ସେମାନଙ୍କ ଉପରୁ ମାମଲା ପ୍ରତ୍ୟାହାର ନୁହେଁ ବରଂ ହତ୍ୟା କରାଯିବା ଆବଶ୍ୟକ।

Leave A Reply