ବଳାତ୍କାର ଏକ ପ୍ରାକୃତିକ ପ୍ରଦୂଷଣ, ଭଗବାନ ରାମ ବି ଏହାକୁ ରୋକି ପାରିବେନି : ବିଜେପି ବିଧାୟକ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବାଇରିଆର ବିଜେପି ବିଧାୟକ ସୁରେନ୍ଦ୍ର ନାରାୟଣ ସିଂହ ବଳାତ୍କାରକ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ବଳାତ୍କାର ଏକ ପ୍ରାକୃତିକ ପ୍ରଦୂଷଣ। ପ୍ରଭୁ ରାମଚନ୍ଦ୍ର ବି ଏହାକୁ ରୋକି ପାରିବେନି। ଅନ୍ୟଙ୍କୁ ନିଜ ପରିବାର ଲୋକ ଏବଂ ଝିଅଙ୍କୁ ଭଉଣୀ ଭଳି ବ୍ୟବହାର କରିବା ଲୋକଙ୍କ ଦାୟିତ୍ୱ। ଏହାକୁ ସମ୍ବିଧାନ ଦ୍ୱାରା ନୁହେଁ ବରଂ ବ୍ୟକ୍ତିଗତ ମୂଲ୍ୟଙ୍କାନ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। ପ୍ରକାଶ ଯେ ଗତମାସରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଁ ଅଭିଭାବକ ଏବଂ ସ୍ମାର୍ଟଫୋନ୍‍କୁ ଦାୟୀ କରି ବିଧାୟକ ବିବାଦ ଘେରକୁ ଆସିଥିଲେ। ସେହିପରି ସରକାରୀ ଅଫିସ୍‍ର ଓ ବେଶ୍ୟାଙ୍କ ମଧ୍ୟରେ ତୁଳନା କରି ବିଧାୟକ ସୁରେନ୍ଦ୍ର ନାରାୟଣ ସିଂହ ଚର୍ଚ୍ଚା ମଧ୍ୟରେ ରହିଥିଲେ। ସରକାରୀ ଅଫିସ୍‍ର ଟଙ୍କା ନେଇ କାମ କରନ୍ତିନି। ହେଲେ ବେଶ୍ୟା ଅର୍ଥ ନେଇ ନିଜ କାର୍ଯ୍ୟ କରନ୍ତି ଓ ମଞ୍ଚ ଉପରେ ନାଚନ୍ତି। ସରକାରୀ ଅଫିସ୍‍ରଙ୍କଠାରୁ ବେଶ୍ୟା ବହୁତ ଭଲ ବୋଲି ସେ କହିଥିଲେ।

kalyan agarbati
Leave A Reply