www.samajalive.in
Sunday, December 7, 2025
13.1 C
Bhubaneswar

ଜିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ 

ବୌଦ୍ଧ : ଜିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଜିଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିଠା ପ୍ରସ୍ତାବ ଆଗତ କରାଯାଇ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାପରେ ୭ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା। ଜିଲାରେ ଦ୍ରୁତ ଗତିରେ ବଢୁଥିବା ଅପରାଧ ସହିତ ବେଆଇନ ନିଶାଦ୍ରବ୍ୟର ବ୍ୟାପକ କାରବାର ଓ ଜିଲା ପୋଲିସର ଅପାରଗତା ଯୋଗୁଁ ଥାନା ଗୁଡିକରେ ମଧ୍ୟ ସାଧାରଣଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରୁନଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଜିଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ଓ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଡାକ୍ତର ଅଭାବ ସଂପର୍କରେ ଆଲୋଚନା କରାଯାଇଥିଲା। ସେହିପରି ଗମନାଗମନ କ୍ଷେତ୍ରରେ ଜିଲାରେ ଅନେକ ଗ୍ରାମକୁ ଏପର୍ଯ୍ୟନ୍ତ ସବୁଦିନିଆଁ ରାସ୍ତା ନଥିବାବେଳେ କାର୍ଯ୍ୟକାରୀ ହେଉଥିବା ରାସ୍ତା,ପୋଲ ଓ କୋଠାବାଡିରେ ନିମ୍ନମାନର କାମ ଯୋଗୁଁ ସାଧାରଣଲୋକଙ୍କ ଧନ ଜୀବନ କ୍ଷତି ହେବାନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏହି ଜିଲାର ୯୦ ପ୍ରତିଶତ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବାବେଳେ ମଣ୍ଡି ଗୁଡିକରୁ ଠିକ୍ ଭାବରେ ଧାନ ବିକ୍ରୟ ହୋଇପାରୁନଥିବା ଯୋଗୁଁ ଚାଷୀପରିବାରମାନେ ଚିନ୍ତାରେ ରହିଛନ୍ତି।

କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଅର୍ଥ ମଣ୍ଡିର ଉନ୍ନତି ପାଇଁ ଖର୍ଚ୍ଚ କରାଯାଉନାହିଁ। ମିଲରମାନଙ୍କ ମନମାନୀରେ ଚାଷୀଙ୍କ ଠାରୁ ଧାନ କିଣା ଯାଉଥିବାବେଳେ ବୈଠକରେ ଏହାର ନିନ୍ଦା କରାଯାଇଥିଲା। ସେହିପରି କୃଷି ପ୍ରଧାନ ଜିଲାର ଚାଷୀଙ୍କ ଜମିକୁ ଠିକ୍ରେ ଜଳସେଚନ ହୋଇପାରୁନଥିବାରୁ ପ୍ରତିବର୍ଷ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସାଲୁଙ୍ଖି ଓ ବାଘ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ କେନାଲ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ତଳମୁଣ୍ଡ ପର୍ଯ୍ୟନ୍ତ ଚାଷୀମାନେ ପାଣି ପାଇପାରୁନାହାନ୍ତି। ପ୍ରତି ବ୍ଲକରେ ୩୫ ଭାଗ ଜମିକୁ ଜଳସେଚନ ପାଇଁ ସରକାର ଲକ୍ଷ ରଖିଥିବାବେଳେ ତାହା ଏପର୍ଯ୍ୟନ୍ତ ଏହି ଜିଲାରେ ହୋଇପାରିନାହିଁ। ଉଠା ଜଳସେଚନ ପାଇଁ ନୂତନ ପ୍ରକଳ୍ପ ସହିତ ଛୋଟ ଛୋଟ ଆଡିବନ୍ଧ କରି ଜମିକୁ ପାଣି ଯୋଗାଇଦେବାକୁ ବୈଠକରେ ଦୃଢ ଦାବି କରାଯାଇଥିଲା। ଜିଲାରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଇଦେବାକୁ ମତପ୍ରକାଶ ପାଇଥିଲା। କେନ୍ଦ୍ର ସରକାର ଯୋଗାଇଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଘର ମିଳିପାରୁନଥିବା ସଂପର୍କରେ ଆଲୋଚନା କରାଯାଇଥିଲା। ସରକାର ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିଶୃତି ଦେଇଥିବାବେଳେ ଜିଲାରେ ପ୍ରତିଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା,ଅଫିସ କାମ ଓ ପାନୀୟଜଳ ଯୋଗାଣ ସବୁ କାମ ଘଣ୍ଟାଘଣ୍ଟା ଧରି ବନ୍ଦ ରହୁଅଛି। ତେଣୁ ଜିଲାବାସୀଙ୍କୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ କରାଯିବାକୁ ବୈଠକରେ ଦାବି କରାଯାଇଥିଲା। ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ସଶକ୍ତ ମଣ୍ଡଳ ନଗର ଓ ପଞ୍ଚାୟତ ନିର୍ବାଚନ ପାଇଁ ରୋଡମେପ ପ୍ରସ୍ତୁତ କରାଯାଇଥିଲା।

- Advertisement -

ଆଭାସିରେ ଅନୁଷ୍ଠିତ ବୈଠକରେ ଜିଲା ପ୍ରଭାରୀ ରାମଚନ୍ଦ୍ର ମେହେର, ବିଧାୟକ ପ୍ରାର୍ଥୀ କହ୍ନାଇଁ ଚରଣ ଡାଙ୍ଗ,ସୁଶାନ୍ତ କୁମାର ପ୍ରଧାନ,ବରିଷ୍ଠ ନେତା ମାଗୁଣି ଚରଣ ଗାଇଗୌରିଆ,ସୂର୍ଯ୍ୟ ନାରାୟଣ ମହାପାତ୍ର,ସୌମିତ୍ରି କୁମାର ନାୟକ,ସଂଯୁକ୍ତା ନାୟକ,ମନୋରଂଜନ ଦାଶ,ନମିତରାଣୀ ଦାଶ,ସ୍ୱର୍ଣ୍ଣପ୍ରଭାମୟୀ ପ୍ରଧାନ,ଶ୍ୟାମସୁନ୍ଦର ପୁରୋହିତ,ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆ,ରାକେଶ ତ୍ରିପାଠୀ,ପ୍ରେମାନନ୍ଦ ମିଶ୍ର,ଜିଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ,ସତ୍ୟାନନ୍ଦ ପାଣ୍ଡେ,ତାପସ ପଟ୍ଟନାୟକ,ଜିଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories