www.samajalive.in
Monday, December 8, 2025
14.1 C
Bhubaneswar

ଖପରାଖାଇରେ ବିଜେପି କାର୍ଯ୍ୟକର୍ତ୍ତା କର୍ମଶାଳା, ପଦ୍ମ ଧରିଲେ ବିଜେଡି ନେତା

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପଳାଶପଙ୍ଗା ପଞ୍ଚାୟତ ଖାପରାଖାଇ ଗ୍ରାମରେ ଭାରତୀୟ ଜନତା ପାର୍ଟି ପଳାଶପଙ୍ଗା ମଣ୍ଡଳ କାର୍ଯ୍ୟକର୍ତ୍ତା କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ସଦର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟକୁ କିଭଳି ସୁନିଶ୍ଚିତ କରାଯିବ ସେ ସମ୍ପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ପଳାଶପଙ୍ଗା ମଣ୍ଡଳ ସଭାପତି ଲମ୍ବୋଦର ମହାନ୍ତ, ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲା କୃଷକ ମୋର୍ଚ୍ଚା ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, କେନ୍ଦୁଝର ବିଧାନସଭା ସଂଯୋଜକ ବିବେକାନନ୍ଦ ମହାନ୍ତ ପ୍ରମୁଖ ଯୋଗଦେଇଥିବା ବେଳେ ଜଗନ୍ନାଥ ମୋଦୀ ସଭା ପରିଚାଳନ କରିଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବରେ ବସନ୍ତପୁର ପଞ୍ଚାୟତ ନାଏବ ସରପଞ୍ଚ ରଞ୍ଜିତ ମାଝୀ ଏବଂ କାଇଯୋଡ଼ାର ୱାର୍ଡସଭ୍ୟ ରମେଶ ନାଏକ, ହାଣ୍ଡିଭଙ୍ଗା ପଞ୍ଚାୟତ କଇଁଶୀ ଗ୍ରାମର ପୂର୍ବତନ ୱାର୍ଡସଭ୍ୟ ଟଙ୍କଧର ପରିଡ଼ା, ପଳାଶପଙ୍ଗା ପଞ୍ଚାୟତର ଭୁପେନ ନାଏକ, ରାଇକଳା ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରାର୍ଥୀ ସୁରେଶ ଚନ୍ଦ୍ର ନାଏକ ମଧ୍ୟ ବିଜେଡି ଛାଡି ମୋହନ ମାଝୀଙ୍କ ନେତୃତ୍ୱ ଉପରେ ଭରସା କରି ବିଜେପିରେ ସାମିଲ ହୋଇଛନ୍ତି। ହାଣ୍ଡିଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରଞ୍ଜିତ ମୁଣ୍ଡା, ଅବସରପ୍ରାପ୍ତ ସୈନିକ ଜନ୍ମେଜୟ ସର୍ଦ୍ଦାର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସମର୍ଥନ କରି ବିଜେପିରେ ସାମିଲ ହୋଇଥିବା ବିଧାୟକ ପ୍ରାର୍ଥୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories