www.samajalive.in
Sunday, December 7, 2025
26.1 C
Bhubaneswar

ବିହାର ଏନଡ଼ିଏ ଆସନ ବୁଝାମଣା ଚୂଡ଼ାନ୍ତ: ଜେଡ଼ିୟୁକୁ ୧୨୨, ବିଜେପିକୁ ୧୨୧

ବିହାରରେ  ଆଜି ଏନଡିଏ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି ।  ସୂଚନା ଅନୁଯାୟୀ, ନୀତୀଶ କୁମାରଙ୍କୁ ଶେଷରେ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି ଏବଂ ବର୍ତ୍ତମାନ ସେ ୫୦-୫୦ ସୂତ୍ର ଅନୁଯାୟୀ ସିଟ୍ ବାଣ୍ଟିବାକୁ ରାଜି ହୋଇଛନ୍ତି।

ଜନତା ଦଳ (ୟୁନାଇଟେଡ୍) ବିଜେପି ଅପେକ୍ଷା ଅଧିକ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ନୀତୀଶ କୁମାର ଗତ କିଛି ଦିନ ଧରି ଜିଦ୍ ଧରିଥିଲେ, କିନ୍ତୁ ଶେଷରେ ତାଙ୍କୁ ଜିଦ୍‌ ଛାଡିବାକୁ ପଡିଛି । ସୂଚନା ଅନୁସାରେ  ଜେଡିୟୁ ୧୨୨ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି୧୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଜେଡିୟୁ ମଧ୍ୟ ବିଜେପିର ଅନେକ ପାରମ୍ପାରିକ ଆସନ ପାଇଁ ଦାବି କରିଥିଲା, କିନ୍ତୁ ବର୍ତ୍ତମାନ ଏହି ଦାବିରୁ ଜେଡ଼ିୟୁୁ ଓହରିଛି ।

- Advertisement -

ମାଞ୍ଝିଙ୍କୁ ମିଳିବ ଜେଡ଼ିୟୁରୁ,  ଏଲଜେପିକୁ ବିଜେପିରୁ ଆସନ ଭାଗ 

ନୀତୀଶ କୁମାରଙ୍କ ଦଳ ଏହାର କୋଟାରୁ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଆସନ ପ୍ରଦାନ କରୁଥିବାବେଳେ ବିଜେପି ଏହାର କୋଟାରୁ ଲୋକସଭା ପାର୍ଟି (ଏଲଜେପି) କୁ ଆସନ ଦେବ । ଚିରାଗ ପାସୱାନ ଆସନ ବାଣ୍ଟିବା ନେଇ ବହୁତ ଦୃଢ଼ ମନୋଭାବ ପ୍ରଦର୍ଶନ କରିଛନ୍ତି ଏପରିକି ଅଲଗା ନିର୍ବାଚନ ଲଢ଼ିବ ବୋଲିଘୋଷଣା କରିଛନ୍ତି । ଏହି ସ୍ଥିତିରେ ପରବର୍ତୀ ଆସନ ବଣ୍ଟନ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ।

ଶନିବାର ଅପରାହ୍ନରେ ପାଟନାରେ ବିଜେପି ଓ ଜେଡିୟୁ ମଧ୍ୟରେ ଶେଷ ରାଉଣ୍ଡ ଆଲୋଚନା ହୋଇଥିଲା। ଶନିବାର ଦିନ  ଲଲାନ ସିଂ, ଆରସିପି ସିଂ, ବିଜୟ ଚୌଧୁରୀ ଏବଂ ବିଜନ୍ଦର ଯାଦବଙ୍କ ସହ ୪ ନେତା ଦେବେନ୍ଦ୍ର ଫଡନାଭିସ୍, ଭୁପେନ୍ଦ୍ର ଯାଦବଙ୍କ ସହ ୪ ଘଣ୍ଟିଆ ଦୀର୍ଘ ମାରାଥନ ବୈଠକ କରିଛନ୍ତି   ।

ଏହି ବୈଠକ ପରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଭୁପେନ୍ଦ୍ର ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି, ଯେଉଁଠାରେ ସିଟ୍ ବଣ୍ଟନ ପ୍ରସଙ୍ଗରେ ବିଜେପି ହାଇକମାଣ୍ଡ ସହ ଆଲୋଚନା ହୋଇଛି । ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୧ ରୁ ଆରମ୍ଭ ହୋଇଛି | ଅକ୍ଟୋବର ୨୮ ରୁ ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଫଳାଫଳ ନଭେମ୍ବର ୧୦ ରେ ଆସିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories