www.samajalive.in
Monday, December 15, 2025
14.1 C
Bhubaneswar

ଗୁଜରାଟ ନିର୍ବାଚନ : ବିଜେପିରେ ବଢୁଛି ଅନ୍ତର୍ଦ୍ବନ୍ଦ୍ବ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପାଇଁ ଗୁଜରାଟ ରାଜନୀତି ଚଳଚଞ୍ଚଳ ରହିଛି । କଂଗ୍ରେସ ଓ ବିଜେପି ସହିତ ଆମ୍ ଆଦମୀ ପାର୍ଟି (ଆପ୍‌) ସେମାନଙ୍କ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। କ୍ରମାଗତ ୨୨ବର୍ଷ ଧରି କ୍ଷମତାରେ ରହିଆସିଥିବା ବିଜେପି ପାଇଁ ଟିକଟ ବଣ୍ଟନ ବଡ ସମସ୍ୟା ହୋଇଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ଟିକଟ ବଣ୍ଟନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଏଥର ନିର୍ବାଚନରେ ଦଳ ପ୍ରାୟ ୨୦ଜଣ ବିଧାୟକଙ୍କୁ ନିର୍ବାଚନ ଲଢିବା ଲାଗି ଟିକଟ ଦେବ ନାହିଁ। ଦଳର ପ୍ରାର୍ଥିତାଲିକା ପ୍ରକାଶ ପାଇ ନଥିଲେ ମଧ୍ୟ ଏହି ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ସୁଯୋଗ ଦିଆଯିବ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର କେତେକ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀଙ୍କୁ ଟିକଟରୁ ବଞ୍ଚିତ କରାଯିବ। ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ମଧ୍ୟ ଏଥର ଟିକଟ ନଦେବାକୁ ବିଜେପି ନିଷ୍ପତ୍ତି ନେଇଛି। ଦଳ ଏହି ଦୁଇ ନେତାଙ୍କୁ ଟିକଟ ନ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ବୁଧବାର ଉଭୟ ନିଜଆଡୁ ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି । ଏପରିକି ଏହି ଦୁଇଜଣଙ୍କୁ ଗୁଜରାଟ ନିର୍ବାଚନ ପ୍ରଚାରରୁ ଦଳ ଦୂରେଇ ରଖିଛି। ବିଜୟ ରୂପାଣୀଙ୍କୁ ପଞ୍ଜାବ ପ୍ରଦେଶ ଦାୟିତ୍ବ ଦିଆଯାଇଛି। ସେହିପରି ପୂର୍ବତନ ଶିକ୍ଷା ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଓ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ନିଜ ଆଡୁ ଘୋଷଣା କରିଛନ୍ତି। ଦଳୀୟ ଚାପର ଏହି ନେତାମାନେ ନିର୍ବାଚନ ଲଢିବାକୁ ମନା କରିଥିବାବେଳେ ଆଗାମୀ ଦିନରେ ସେମାନେ ଦଳ ପାଇଁ ଅନ୍ତର୍ଘାତୀ କାର୍ଯ୍ୟ କରିବାର ଆଶଙ୍କା ରହିଛି। ଯେଉଁ ବିଧାୟକଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ପ୍ରକାଶ ପାଉଛି ସେମାନଙ୍କୁ ଟିକଟ ଦିଆଯିବ ନାହିଁ। ତେବେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଆଧାର କରି ଟିକଟ ବଣ୍ଟାଯିବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ନଭେମ୍ବର ୫ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନଭେମ୍ବର ୧୪ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥିତାଲିକା ସ୍ଥିର କରିପାରି ନାହିଁ।
ଅନ୍ୟପଟେ ବିଜେପିର ଟିକଟରୁ ବଞ୍ଚିତ ଦଳୀୟ ନେତାମାନେ ଆଗାମୀ ଦିନ​‌େ​‌ର କଂଗ୍ରେସ କିମ୍ବା ଆପ୍‌କୁ ଢଳିବାର ସମ୍ଭାବନା ରହିଛି। ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ବିଜେପି ପାଇଁ ବଡ ଆହ୍ବାନ ହେବ। ଇତିମଧ୍ୟରେ କଂଗ୍ରେସର ଦୁଇଜଣ ବିଧାୟକ ମୋହସିନ ରାଠୱା ଓ ଭଗବାନଭାଇ ବରାଦ ବିଜେପିରେ ଯୋଗ ଦେଇଛନ୍ତି। ମୋହସିନ ୫୦ବର୍ଷ ଧରି କଂଗ୍ରେସ ଦଳରେ ରହିଥିଲେ। ଆପ୍‌ ଏହାର ଯୁବ ନେତା ରାଘବ ଚଢା ଓ ପୂର୍ବତନ କ୍ରିକେଟର ହରଭଜନ ସିଂହ ଗୁଜରାଟରେ ଶୋଭାଯାତ୍ରା କରି ଦଳର ପ୍ରଚାର ଜୋରଦାର କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories