www.samajalive.in
Sunday, December 14, 2025
26.1 C
Bhubaneswar

ସଞ୍ଜୟ ରାଉତଙ୍କୁ ଜାମିନ

ମୁମ୍ବଇ : ମୁମ୍ବଇ ଗୋରେଗାଓଁସ୍ଥିତ ପତ୍ରା ଚାଲ୍‌ ପୁନଃବିକାଶ ଯୋଜନାରେ ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗକ୍ରମେ ଗିରଫ ହୋଇ ଜେଲ୍‌ରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବୁଧବାର ଏକ ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ସୂଚାନଥାଉ କି ୨୦୦୮ରେ ପତ୍ରା ଚାଲ୍‌ ବିକାଶ ଯୋଜନାରେ ୬୭୨ଟି ଫ୍ଲାଟ୍‌ ନିର୍ମାଣ କରି ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ମହାରାଷ୍ଟ୍ର ହାଉସିଂ ଅଥରିଟି ତରଫରୁ ଗୁରୁ ଆଶିଷ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦାୟିତ୍ବ ଦିଆଯାଇଥିଲା। ତେବେ ୧୪ ବର୍ଷ ମଧ୍ୟରେ ଗୋଟିଏ ଫ୍ଲାଟ୍‌ ନିର୍ମାଣ ହୋଇପାରିନଥିଲା। ଫ୍ଲାଟ ନିର୍ମାଣ ନ କରି ଗୁରୁ ଆଶିଷ କମ୍ପାନୀ ଅନ୍ୟ ବିଲଡର୍‌ଙ୍କୁ ଜମି ବିକି ୧,୦୩୪ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ସଞ୍ଜୟଙ୍କ ଜାମିନ ଆବେଦନର ଶୁଣାଣି ସ୍ବତନ୍ତ୍ର ପିଏମଏଲଏ ଅଦାଲତରେ ହୋଇଥିଲା। ସଞ୍ଜୟଙ୍କ ଓକିଲ କହିଥିଲେ ରାଜନୈତିକ ତିକ୍ତତା ଓ କ୍ଷମତାର ଅପବ୍ୟବହାର କିପରି କରାଯାଏ ସଞ୍ଜୟଙ୍କ ଗିରଫଦାରୀ ତାହାର ଏକ ବଳିଷ୍ଠ ନମୁନା। ଅନ୍ୟପକ୍ଷରେ ଇଡି ତରଫରୁ ଜାମିନ ଆବେଦନକୁ ବିରୋଧ କରି ଦର୍ଶାଯାଇଥିଲା ପତ୍ରା ଚାଲ୍‌ ପୁନଃବିକାଶ ଯୋଜନାରେ ସଞ୍ଜୟ ପରଦା ପଛରେ ରହି ଅର୍ଥ ଆତ୍ମସାତ କରିଛନ୍ତି। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଅନୁଚିତ୍‌। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ସଞ୍ଜୟଙ୍କୁ ଜାମିନ ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories