www.samajalive.in
Sunday, December 14, 2025
26.1 C
Bhubaneswar

ବେଦାନ୍ତ ଝାରସୁଗୁଡ଼ା ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ଲାଗି ଉପକରଣ ପ୍ରଦାନ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ଜଙ୍ଗଲରେ ନିଆଁକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ପ୍ରୟାସ ଲାଗି ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ ବ୍ଲୋୟର ଯୋଗାଇ ଦେଇଛି।  ବେଦାନ୍ତ ଲିଃ ଝାରସୁଗୁଡ଼ାର ସିଇଓ, ସୁନିଲ ଗୁପ୍ତା ଏହି ଲିଫ ବ୍ଲୋୟରକୁ ଜିଲ୍ଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ । ଜଙ୍ଗଲରେ ଶୁଖିଲା ଡାଳପତ୍ର ଭଳି ଦହନଶୀଳ ପଦାର୍ଥ ଗଦା ହେବା ଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଥାଏ ଏବଂ ଏହି ନିଆଁକୁ ରୋକିବା ପାଇଁ ଲିଫ ବ୍ଲୋୟର ସହାୟତା କରିବ।

ବେଦାନ୍ତ ଆଲୁମିନିୟମର ସୁରକ୍ଷା ସଂସ୍କୃତି ବିଷୟରେ ସୂଚନା ଦେଇ ସୁନିଲ ଗୁପ୍ତା କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ଆମେ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜାରୀ ରଖିଛୁ। ଯାହା ମାଧ୍ୟମରେ ଆମେ ଆମ ଗୋଷ୍ଠୀଙ୍କୁ ସୁରକ୍ଷା ଦେଇ ପାରିବୁ । ଜିରୋ ହାର୍ମ, ଜିରୋ ବର୍ଜ୍ୟ ଓ ଜିରୋ ଡିସଚାର୍ଜ ନୀତିକୁ ଆପଣାଇ ଆମେ ସର୍ବଦା ଗୋଷ୍ଠୀ ସହିତ କାର୍ଯ୍ୟ  କରୁଛୁ ।

- Advertisement -

ଜିଲ୍ଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ର କହିଥିଲେ ଯେ, ଶରତ ଓ ଶୀତ ଋତୁରେ ଜଙ୍ଗଲରେ ନିଆଁ ଲାଗିଥାଏ ଓ ଶୁ୍ଖିଲା ଡାଳପତ୍ର ଯୋଗୁ ନିଆଁ ଲାଗିବାର ସମ୍ଭାବନା ଥାଏ । ଏହି ନିଆଁକୁ ରୋକିବା ପାଇଁ ପ୍ରଶାସନକୁ ସହାୟତା ଯୋଗାଇ ଦେଇଥିବାରୁ ସେ ବେଦାନ୍ତକୁ ପ୍ରଶଂସା କରିଥିଲେ।

ଉନ୍ନତ ଜ୍ଞାନ କୌଶଳ ଓ ପରିବେଶ ସୁରକ୍ଷା ସହିତ ବେଦାନ୍ତ ଏହାର ଅଗ୍ନି ନିରାପତ୍ତା ବାହିନୀକୁ ସୁବ୍ୟବସ୍ଥିତ କରିଛି। ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ୨୦୨୧- ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ମାନ୍ୟତା ଡାଓ ଜୋନସ ନିରନ୍ତର ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ମାନ୍ୟତାଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ। ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫୁ୍ୟଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

 

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories