www.samajalive.in
Tuesday, December 9, 2025
23.1 C
Bhubaneswar

ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୋଧରେ ବିଜେପିର ଗଣଧାରଣା

ଧାମରା : ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଆଗରେ ବିଜେପି ପକ୍ଷରୁ ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ଗଣଧାରଣାରେ ଭଦ୍ରକ ଜିଲ୍ଲା ବିଜେପିର ଉପ ସଭାପତି କମଳାକାନ୍ତ ସୂତାର ଯୋଗଦେଇ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ ନେତୃତ୍ୱ , କର୍ତ୍ତବ୍ୟ ପ୍ରତି ନିଷ୍ଠା, ଦେଶର ବିକାଶରେ ମୋଦୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାର କିପରି କେନ୍ଦ୍ର ସରକାରଙ୍କ ଯୋଜନାର ନାମ ବଦଳାଇ ତାକୁ ରାଜ୍ୟ ସରକାରଙ୍କ ନାମରେ ନାମିତ କରାଇବା ସହ ସାଧାରଣ ଜନତାଙ୍କ ଭୂଆଁ ବୁଲାଉଛି ସେ ବିଷୟରେ ଆଲୋକପାତ କରିଥିଲେ । ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ଦୋସିଙ୍ଗା ପଂଚାୟତରେ ଚାଲିଥିବା ଦୁର୍ନିତୀ ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ବିଜେପିକୁ ତୃଣମୂଳ ସ୍ତରରୁ କିଭଳି ସୁଦୃଢ କରାଯିବ ସେ ବିଷୟରେ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି ଗଣଧାରଣାରେ ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ଭଦ୍ରକ ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ନାରୀ ନେତ୍ରୀ ଶାନ୍ତିଲତା ଦଳେଇ, ବୁଥ ସଭାପତି ମାନସ ଜେନା, ମଣ୍ଟୁ ମାଇତି, ପୂର୍ଣଚନ୍ଦ୍ର ନାୟକ, ବାସୁଦେବ ଦାସ, ବିଜୟ ବେରା, ମାନସ ସାନ୍ତରା, ସୁବାଶ ପ୍ରମାଣିକ, କାଳିଆ ରାଉତ, ସପନ ଜେନା, ନିର୍ମଳ ଦଳେଇଙ୍କ ସମେତ ବିଜେପିର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗଣଧାରଣା ଚାଲିଥିଲା।

 

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories