ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆନ୍ଧ୍ର ପ୍ରଦେଶ ବିଧାନସଭାର ୧୨୩ ଓ ଅରୁଣାଚଳ ପ୍ରଦେଶ ବିଧାନସଭାର ୫୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିରଣ ରିଜ୍ଜୁ ଏବଂ ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୋୖହାନଙ୍କ ଉପସ୍ଥିତିରେ ପ୍ରଥମ ପ୍ରାଥୀ ତାଲିକା ଅନୁମୋଦନ ଲାଭ କରିଥିଲା। ବୈଠକରେ ଆସାମ, ବିହାର, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର ଓ ଆଣ୍ଡାମାନ ନିକୋବର ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ପ୍ରଦେଶ ବିଧାନସଭା ପାଇଁ ୧୨୩ ପ୍ରାର୍ଥୀ ଓ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ୫୪ ପ୍ରାର୍ଥୀଙ୍କ ନାଁ ବିଜେପି ଘୋଷଣା କରିଥିବା ବେଳେ ଏପ୍ରିଲ ୧୧ରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ।
ଆନ୍ଧ୍ର ଓ ଅରୁଣାଚଳ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
Popular Categories



