www.samajalive.in
Monday, December 15, 2025
17.1 C
Bhubaneswar

୨ ଓଡ଼ିଆ ବାଳ ଶ୍ରମିକ ସମେତ ୩ନିର୍ଯ୍ୟାତିତ ଗୁହାରିର ୫୦ଦିନ ବିତିବା ପରେ ବି ଫଳଶୂନ

ବଡ଼ସାହି : ବଡ଼ସାହି ନିର୍ବାଚନ ମଣ୍ଡଳୀର ତାଳପଦା ଓ ଗଡ଼ଦେଉଳିଆ ଅଞ୍ଚଳରୁ ମହାରାଷ୍ଟ୍ରକୁ ଯାଇଥିବା ୨ଜଣ ବାଳ ଶ୍ରମିକଙ୍କ ସମେତ ୩ଜଣ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଲୋକେ ମୟୂରଭଞ୍ଜ ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟରେ ଜାନୁଆରୀ ୨୧ତାରିଖରେ ଗୁହାରି କରିଥିଲେ। ପରନ୍ତୁ ଇତି ମଧ୍ୟରେ ୫୦ଦିନ ବିତିଥିଲେ ହେଁ ସେମାନଙ୍କୁ ଉଦ୍ଧାର କରାଯାଇ ନଥିବାରୁ ପରିବାର ଲୋକେ ହତ୍‍ତ୍ସାହିତ ହୋଇଛନ୍ତି। ଅଭିଯୋଗରୁ ଜଣାପଡ଼େ ଯେ, ୨୦୧୮ ଜୁନ ୨୦ତାରିଖରେ ତାଳପଦା ପଞ୍ଚାୟତ ପାଟପୁର ଗ୍ରାମର ଓ ବେତନଟୀ ବ୍ଲକ ଯୁଗଳ ପଞ୍ଚାୟତ, ଗରଗଡ଼ିଆ ଗ୍ରାମରୁ ୬ଜଣ ବାଳ ଶ୍ରମିକ ଓ ଶ୍ରମିକ ଶ୍ରମ ଲାଗିବାକୁ ଦଲାଲ ସହାୟତାରେ ମହାରାଷ୍ଟ୍ରକୁ ଯାଇଥିଲେ। କାପୁରବାଡ଼ିର ସାଇନାଥମୁରମୁରା ଅଞ୍ଚଳରେ ସେମାନେ କାର୍ଯ୍ୟରେ ଯୋଗଦେଇଥିଲେ। ତେବେ କାମ କରିବାର ୨ଦିନ ପରଠାରୁ ସମସ୍ତଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ମାଲିକର ନିର୍ଯ୍ୟାତନାରୁ ମୁକୁଳିବା ପାଇଁ ୬ଜଣ ଯୋଜନାବଦ୍ଧ ଭାବେ ସେଠାରୁ ଲୁଚି ପଳାଇ ଆସିଥିଲେ। ଘରକୁ ଆସିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ମାଲିକଙ୍କ ଗୁଣ୍ଡାମାନେ ପହଞ୍ଚି ୩ଜଣଙ୍କୁ ନେଇ ଯାଇଥିବା ବେଳେ ଅନ୍ୟ ୩ଜଣ ଖସିଯାଇଥିଲେ। ରହିଯାଇଥିôବା ୩ଜଣ ହେଲେ ପାଟପୁର ଗ୍ରାମର ଗୁରଭା ସିଂଙ୍କ ପୁଅ ରଜତ(୧୨), ଚୁନୁ ମୁର୍ମୁଙ୍କ ପୁଅ ସୋମନାଥ(୧୬) ଓ ବେତନଟୀ ଗରଗଡ଼ିଆ ଗ୍ରାମର ଚକ୍ରଧର ସିଂଙ୍କ ପୁଅ ଆଲୋକ(୨୧)। ଖସି ପଳାଇଆସିଥିବା ଗରଗଡ଼ିଆ ଗ୍ରାମର ରଥିଆ ସିଂ ଘରେ ପହଞ୍ଚି ସମସ୍ତ କଥା କହିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ନିର୍ଯ୍ୟାତିତ ୩ଶ୍ରମିକଙ୍କ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିବାରୁ ସେମାନଙ୍କ ସହିତ ଯୋଗାଯୋଗ ସମ୍ଭବ ହେଉନାହିଁ। ଏନେଇ ୩ ଅଭିଭାବକ ଜିଲା ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ଫେରାଦ ଦେଇଥିଲେ। ତେବେ ଅଭିଯୋଗର ତଦନ୍ତ ପରେ ରାଜ୍ୟ ଶ୍ରମ କମିଶନରଙ୍କୁ ଫେବୃଆରି ୨୨ତାରିଖରେ ରିପୋର୍ଟ ପ୍ରଦାନ ପୂର୍ବକ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ବୋଲି ଶ୍ରମ ଅଧିକାରୀ କହିଛନ୍ତି। ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ତାଳପଦାର ପୂର୍ବତନ ସରପଞ୍ଚ ମହେଶ୍ୱର ସେନାପତି ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories