www.samajalive.in
Monday, December 15, 2025
17.1 C
Bhubaneswar

ଦୋଷଦର୍ଶୀ ନୁହେଁ, ଦୁରଦୃଷ୍ଟି ସମ୍ପନ୍ନ ହୁଅନ୍ତୁ ମୁଖ୍ୟମନ୍ତ୍ରୀ – ଦେବୀ ମିଶ୍ର

ଡେସ୍କ: ରାଜ୍ୟକୁ ପୁଞ୍ଜି ନିବେଶ ଆକୃଷ୍ଟ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିଥିବା ବେଳେ ଏ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି ତେଣୁ ବାହାରକୁ ଯାଇ ରୋଡ଼ ସୋ କରିବାର ଆବଶ୍ୟକତା ଅଛି। ସେ କହିଛନ୍ତି, ନବୀନ ପଟ୍ଟନାୟକ ସରକାର ସମୟରେ ୨୦୧୬, ୨୦୧୮ ଓ ୨୦୨୨ରେ କନକ୍ଳେଭ ହୋଇଥିଲା। ସେଥିରେ ମାନୁଫ୍ୟାକଚରିଙ୍ଗ ୟୁନିଟ, ଆଇଟି ଇଲେକ୍ଟ୍ରୋନିକ୍ସ ଶିଳ୍ପ ଓ ଏରୋସ୍ପେସ ଉପରେ ଧ୍ୟାନ ଦିଆଯାଇଥିଲା। ୧୬ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା। ସେଥିରୁ ଅନେକ କାମ ହେଉଛି ଓ ଅନେକର କାମ ଆରମ୍ଭ ହେଉଥିଲା।

ଶ୍ରୀ ମିଶ୍ର କହିଛନ୍ତି, ଇଜ ଅଫ ଡୁଇଙ୍ଗ ବିଜନେସ ଯେତେ ସ୍ୱଚ୍ଛ ହେବ, ନିବେଶ ସେତିକି ବୃଦ୍ଧି ପାଇବ ଓ ନିବେଶକଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇବ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଞ୍ଜି ଆଣନ୍ତୁ ହେଲେ ଦୋଷଦର୍ଶୀ ହେଲେ ହେବନି। ଦୁରଦୃଷ୍ଟି ସମ୍ପନ୍ନ ହେବା ଉଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories