www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡିର ନୂଆ କୌଶଳ ; ହୋଲୋଗ୍ରାମ୍ ଶୋ’ ଓ ପ୍ରଚାର ରଥ

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରଚାର ପାଇଁ ଜ୍ଞାନକୌଶଳ ସମ୍ବଳିତ ମାଧ୍ୟମର ଉପଯୋଗ ଉପରେ ଗୁରୁତ୍ବ ଦେଉଛି। ଏହି କ୍ରମରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହୋଲୋଗ୍ରାମ୍ ପ୍ରଚାର କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ବ୍ୟବହାର ହେଉଥିବା ଏପରି କାର୍ଯ୍ୟକ୍ରମ ୩୦ଟି ଜିଲାରେ ୬୦ଟି ଶୋ ଆୟୋଜିତ ହେବ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହୋଲୋଗ୍ରାମ ଚିତ୍ର ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବ। ବିଶେଷକରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯିବ। ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ସମୟରେ ରାଜ୍ୟର ବିକାଶ ପାଇଁ କ’ଣ କରାଯିବା ଆବଶ୍ୟକ, ସେ ନେଇ ଦଳ ସ୍ଥାନୀୟ ଲୋକଙ୍କର ମତ ସଂଗ୍ରହ କରିବ। ଏହି କୌଶଳ ଅବଲମ୍ବନ ଦ୍ବାରା ପ୍ରଚାର କ୍ଷେତ୍ରରେ ବିଜେଡି ଅନ୍ୟ ରାଜନୈତିକ ଦଳକୁ ପଛରେ ପକାଇ ଦେଇଛି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ହୋଲୋଗ୍ରାମ କୌଶଳ ଅବଲମ୍ବନ ଦ୍ବାରା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଲୋକଙ୍କ ନିକଟତର କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେହିପରି ନୂଆ ଢ଼ାଞ୍ଚାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲେଇବେ । ଏଥିପାଇଁ ଦୁଇଟି ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ନିର୍ବାଚନମଣ୍ଡଳୀକୁ ସେ ଏହି ବସ ‘ବିଜେଡିର ନିର୍ବାଚନ ପ୍ରଚାର ରଥ’ ଯୋଗେ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

- Advertisement -
‘ବିଜେଡିର ନିର୍ବାଚନ ପ୍ରଚାର ରଥ’(ବସ୍)

ନୂଆଦିଲ୍ଲୀରୁ ଗୋଟିଏ ବସ ଆସି ପହଞ୍ଚିଥିବା ବେଳେ ଦିନେ ଦୁଇ ଦିନ ଭିତରେ ଆଉ ଗୋଟିଏ ବସ ପହଞ୍ଚିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବସରେ ସମସ୍ତ ଆବଶ୍ୟକ ସୁବିଧା ରହିଛି। ସୁଇଚ ଟିପିଲେ ବସ ଛାତର ଏକ ଅଂଶ ଉନ୍ମୁକ୍ତ ହେବ ଏବଂ ସିଟ ଉପରକୁ ଉଠି ଆସିବ। ଲୋକମାନେ ନବୀନଙ୍କୁ ଦେଖିପାରିବେ। ସେହିଠାରୁ ନବୀନ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରୋଡ ଶୋ କାର୍ଯ୍ୟକ୍ରମରେ ନବୀନ ଏହି ବସରେ ଯାତ୍ରା କରି ଭୋଟରମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିବେ। ଭୁବନେଶ୍ବରରୁ ନବୀନ ଏହି ବସ ଯୋଗେ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାଯାଇଛି। ଏହାପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ପ୍ରଥମେ ଏଭଳି ବସ ଯୋଗେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ବିଜେଡି ପ୍ରଚାର ପାଇଁ ତିନିଟି ବସ ମଗାଇଥିବା ବେଳେ ଦୁଇଟି ମିଳିଛି । ଦଳ ଏହି ବସକୁ ନିର୍ବାଚନ ପାଇଁ ଭଡ଼ାରେ ଆଣିଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories