ବିନ୍ଧାଣିମାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା
ତିଗିରିଆ : ତିଗିରିଆ ବ୍ଲକ ବିଜେଡ଼ି ପକ୍ଷରୁ ବିନ୍ଧାଣିମା ଗ୍ରାମ ପଞ୍ଚାୟତରେ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁଅ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ଦଳୀୟ ସ୍ଥାନୀୟ ନେତୃବୃନ୍ଦ ଏବଂ ପୁରୁଷ ଓ ମହିଳା କର୍ମୀଙ୍କ ଗହଣରେ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଉଦବୋଧନ ଦେଇ ସଚେତନତା ସୃଷ୍ଟି କରିଛନ୍ତି । ସ୍ଥାନୀୟ ବାଣେଶ୍ୱର ମହାଦେବଙ୍କ ମନ୍ଦିର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମଙ୍ଗଳାମନ୍ଦିର, ଚଣ୍ଡୀ ମନ୍ଦିର, କମଳୀବିମଳୀ ସାହି, ବଡ଼ପାଇକସାହି, ସାନପାଇକ ସାହି ଦେଇ ମା ଲୋଭୀ ଠାକୁରାଣୀଙ୍କ ପୀଠ ନିକଟରେ ସରିଥିଲା। ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀର, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, ସମିତିସଭ୍ୟା ସୋନାଲି ସେଠ, ଧନେଶ୍ୱର ରଣା, ଯୁବ ସଂଗଠକ ବିଜୟ କୁମାର ବଳିୟାରସିଂହ, ପଞ୍ଚାୟତ ବିଜେଡ଼ି ସଭାପତି ମାୟାଧର ରାଉତ, ଜିଲ୍ଲା ପରିଷଦ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ରୂପା ଦଳେଇ, ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ନାରୀନେତ୍ରୀ ଶର୍ମିଳା ନାୟକ ଓ ସବିତା ବେହେରା, ତାପସ ପ୍ରଧାନ, ହିମାଂଶୁ ସ୍ୱାଇଁ ଶୁଭେନ୍ଦୁ ଚାନ୍ଦ ପ୍ରମୁଖ ଘରକୁ ଘର ବୁଲି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳ ଏବଂ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳର ସନ୍ତୋଷ ରାଉତ ଓ ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ହୃଷୀକେଶ ସାହୁ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।
Comments are closed.