www.samajalive.in
Saturday, December 6, 2025
16.1 C
Bhubaneswar

୫ଟି ବ୍ୟାଗ୍‌‌ ବଣ୍ଟନ ପାଇଁ ୨୪୭କୋଟିରୁ ଅଧିକ ଖର୍ଚ୍ଚ- ବିଭାଗୀୟ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବିଜେଡି ସରକାର ସମୟରେ ୫ଟି ବ୍ୟାଗ୍‌‌ ବଣ୍ଟନରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁମାନେ ପାଇନାହାଁନ୍ତି ସେମାନଙ୍କ ଲାଗି କିଛି ବ୍ୟବସ୍ଥା ରହିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅମରେନ୍ଦ୍ର ଦାସ। ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ବ୍ୟାଗ ବଣ୍ଟନ ସହିତ ପରିବାର ପିଛା ୧୦୦୦ଟଙ୍କା ବଣ୍ଟନ କରିଥିଲେ ପୂର୍ବ ସରକାର। ସମସ୍ତ ନିର୍ବାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ୫ଟି ବ୍ୟାଗ ବଣ୍ଟନରେ ମୋଟ ୨୪୭କୋଟି ୩୬ଲକ୍ଷ ୬୪ହଜାର ୨୯୭ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାସହିତ ପ୍ରତି ପରିବାରକୁ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିପାଇଁ ୯୫୯କୋଟି ୫ଲକ୍ଷ ୨୬ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଯେଉଁମାନେ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଲାଗି ବର୍ତ୍ତମାନ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories