www.samajalive.in
Saturday, December 6, 2025
26.1 C
Bhubaneswar

ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..

ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ, ସଠିକ୍‌ ସମୟରେ ଖାଦ୍ୟପେୟ ସେବନ ନକରିବା, ଅସ୍ୱାସ୍ଥ୍ୟକର ଭୋଜନ ଆଦି ଅନେକ କାରଣ ମୋଟାପଣ ବୃଦ୍ଧିର ପ୍ରଧାନ କାରଣ । ବିଶେଷ କରି ମହିଳା ମାନେ ଶୀଘ୍ର ମୋଟାପଣର ଶିକାର ହୋଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ଶୀଘ୍ର ବୃଦ୍ଧି ପାଉଥିବା ଓଜନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ସେମାନେ ଜାଣି ପାରନ୍ତି ନାହିଁ ଓଜନ ବୃଦ୍ଧିର କାରଣ କ’ଣ । ବିଶେଷଜ୍ଞଙ୍କ ମତାନୁସାରେ, ମହିଳାଙ୍କର ବଢୁଥିବା ଓଜନ ପଛରେ କିଛି ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

ଅସ୍ୱାସ୍ଥ୍ୟକର ଭୋଜନ..
ଓଜନ ବୃଦ୍ଧିର ସବୁଠାରୁ ମୁଖ୍ୟ କାରଣ ହେଉଛି, ଭୁଲ୍‌ ଖାଦ୍ୟପେୟ । ପରିବାର ଯତ୍ନ ନେଉଥିବା ମହିଳା ଅଧିକାଂଶ ସମୟରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଭୁଲ୍‌ ସମୟରେ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧିର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି ରାତିରେ ତେଲ ମସଲା ଯୁକ୍ତ ଖାଦ୍ୟ, ଛଣାଛଣି ପାଚନ ତନ୍ତ୍ର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ମୋଟାପଣ ସହ ଅନ୍ୟ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

- Advertisement -

ଅଧିକ ଚିନ୍ତାଗ୍ରସ୍ତ ରହିବା..
ଅଫିସ ହେଉ ଅଥବା ଘରେ, ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ଥାଏ । ଅନେକ ଦାୟିତ୍ୱ ମଧ୍ୟ ଥାଏ । ଫଳରେ ଚିନ୍ତା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତାରେ ରହିଲେ ଓଜନ ବୃଦ୍ଧି ହୋଇଥାଏ ।

ଓଜନ ବଢିବା ଦ୍ୱାରା ଶାରିରୀକ ପରିଶ୍ରମ କରି ହୋଇନଥାଏ । ଦିନଯାକ ବସି ରହିବା କିମ୍ବା ଶୋଇ ରହିବା ଦ୍ୱାରା ଓଜନ ଅଧିକ ବୃଦ୍ଧି ହୋଇଥାଏ । ସମୟ ଅଭାବରୁ ନିୟମିତ ବ୍ୟାୟାମ ମଧ୍ୟ କରି ନଥାଆନ୍ତି । ତେଣୁ ସମୟ ବାହାର କରି ନିୟମିତ କିଛି ସମୟ ବ୍ୟାୟାମ କରିବା ଉଚିତ୍‌ । ଯୋଗ କିମ୍ବା କିଛି ସମୟ ଚାଲନ୍ତୁ ।

ଦେଖନ୍ତୁ ଭିଡିଓ; ବର୍ଷାରେ ବଲ୍‌ ଖେଳୁଛି ଛୁଆହାତୀ, ମାଆକୁ ଖେଳିବାକୁ ଡାକୁଛି..

ଓଜନ ବୃଦ୍ଧିର ଅନ୍ୟ ଏକ ମୁଖ୍ୟ କାରଣ କମ୍‌ ପରିମାଣରେ ଶୋଇବା । ସଠିକ୍‌ ସମୟ ପର୍ଯ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିଦ ପୂରଣ ନହେଲେ ଶରୀରରେ ଏକ ପ୍ରକାର ହରମୋନ ଅସନ୍ତୁଳନ ହୋଇଥାଏ । ଫଳରେ ଅଧିକ ଭୋକ ଲାଗିବା ସହ ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ହଠାତ୍‌ ଓଜନ ବୃଦ୍ଧିର ଅନ୍ୟ ଏକ କାରଣ ଶାରୀରିକ ସମସ୍ୟା । ଥାଇରଏଡ, ହରମୋନ ଅସନ୍ତୁଳନ ହେବା । ତେଣୁ ହଠାତ୍‌ ଅଧିକ ଓଜନ ବୃଦ୍ଧି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories