www.samajalive.in
Thursday, December 11, 2025
26.1 C
Bhubaneswar

୧୫ ଦିନରେ ଶଙ୍ଖ ଛାଡ଼ି ପଦ୍ମ ଧରିଲେଣି ୨୦୦ ସରପଞ୍ଚ: ଛିଡ଼ୁଛି ବିଜେଡି; ବଢ଼ୁଛି ବିଜେପି

ଭୁବନେଶ୍ବର : ରାଜ୍ୟରେ ୨୪ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଥିବା ସମୟରେ ପ୍ରତିଦିନ ଶହ ଶହ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଉଥିଲେ। ପୂର୍ବତନ ପ୍ରଶାସକଙ୍କ ଠାରୁ ଆରମ୍ଭକରି ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜେଡିରେ ସାମିଲ ହେବାକୁ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଚଳାଇଥିଲେ। କ୍ଷମତାରୁ ଯିବା ପରେ ବିଜେଡି ଶିବିରରେ ଆଉ ସେ ଉତ୍କଣ୍ଠା କି ଉତ୍ସାହ ନାହିଁ। କୋଳାହଳରେ ଫାଟି ପଡୁଥିବା ଶଙ୍ଖଭବନ ଏବେ ଖାଁ ଖାଁ। ରାଜ୍ୟସଭାର ୨ଜଣ ସାଂସଦ ବିଜେଡି ଛାଡି ବିଜେପି ଶିବିରରେ ସାମିଲ ହେବା ପରେ ଦଳକୁ ବଞ୍ଚାଇ ରଖିବା ମୁଖିଆଙ୍କ ପାଇଁ ଏ‌େ‌ବ ବଡ଼ ଆହ୍ବାନ ପାଲଟିଛି। ଶାସକ ଦଳ ବିରୋଧରେ ସ୍ବର ଶାଣିତ କରିବା ବଦଳରେ ନିଜ ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ କରି ରଖିବା ପାଇଁ ବିଜେଡି ଶୀର୍ଷ ନେତୃତ୍ବଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି। ୨ ସାଂସଦ ବିଜେପିରେ ସାମିଲ ହେବା ପରେ ୨ ସପ୍ତାହ ମଧ୍ୟରେ ରାଜ୍ୟର ଏକାଧିକ ଜିଲାରୁ ୨୦୦ରୁ ଊର୍ଦ୍ଧ୍ବ ସରପଞ୍ଚ ଓ ସମିତି ସଦସ୍ୟ ବି ଶଙ୍ଖଦଳ ଛାଡି ପଦ୍ମ ଧରିସାରିଲେଣି। ଆଗାମୀ ଦିନରେ ଏହି ଦଳ ଡିଆଁ ପର୍ବ ବଢିବ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।

୨୪ବର୍ଷ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ବିଜେଡି କ୍ଷମତାରେ ଥିବା ସମୟରେ ପ୍ରତିଦିନ ବିଭିନ୍ନ ରାଜନୈତିକ ଦଳର ଶହଶହ ନେତା, କର୍ମୀଙ୍କ ସମେତ ପୂର୍ବତନ ପ୍ରଶାସନିକ ଅଧିକାରୀ, ଚିତ୍ରତାରକା, କ୍ରୀଡାବିତ୍‌ଙ୍କ ସମେତ ବିଭିନ୍ନ ବର୍ଗର ଲୋକ ବିଜେଡିରେ ସାମିଲ ହେଉଥିଲେ। ବିଜେଡିର ଲୋକପ୍ରିୟତା ବି ବଢିଚାଲିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ଏକପ୍ରକାର କଣଠେସା ହୋଇପଡିଛି। ୨୦୨୪ ଜୁନ ପରେ ବିଜେଡିରେ ସେମିତି କୌଣସି ବଡ ନେତା କି ସାମାଜିକ କର୍ମୀ ସାମିଲ ହୋଇନାହାନ୍ତି। କିନ୍ତୁ ନଦୀରେ ଘଳିଆ ପଡିବା ପରି କ୍ଷମତାରୁ ଯିବା ପରେ ଜଣକ ପରେ ଜଣେ ନେତା ଓ ଲୋକପ୍ରତିନିଧି ଦଳ ଛାଡିବାରେ ଲାଗିଛନ୍ତି। ପ୍ରଥମେ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ପରେ ସାଂସଦ ସୁଜିତ କୁମାର ବିଜେଡି ଛାଡି ପଦ୍ମ ଧରି ପୁଣିଥରେ ବିଜେପିରୁ ରାଜ୍ୟସଭା ସାଂସଦ ହୋଇଛନ୍ତି। ଦୁଇ ସାଂସଦ ଦଳ ଛାଡି ଚାଲିଯିବା ପରେ ଦଳର ସୁପ୍ରିମୋଙ୍କୁ ଦଳ ଡିଆଁ ଭୟ ଘାରିଛି। ଅନ୍ୟ ୭ଜଣ ରାଜ୍ୟସଭା ସାଂସଦ ଯେପରି ଦଳ ନ ଛାଡିବେ, ସେଥିପାଇଁ ସେ ଦଳୀୟ କାର୍ଯ୍ୟକ୍ରମରେ ନିଜର ସକ୍ରିୟତାକୁ ଅଧିକ ସକ୍ରିୟ କରିଛନ୍ତି। ରାଜ୍ୟସଭା ସାଂସଦଙ୍କ ଉପରେ ଦଳ ସଭାପତି ନଜର ରଖିଥିବାବେଳେ ୨ସପ୍ତାହ ମଧ୍ୟରେ କୋରାପୁଟ, କଳାହାଣ୍ଡି, କଟକ, ଯାଜପୁର, କେନ୍ଦ୍ରାପଡା ସମେତ ବିଭିନ୍ନ ଜିଲାରୁ ବିଜେଡି ସମର୍ଥିତ ୨୦୦ରୁ ଊର୍ଦ୍ଧ୍ବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହୋଇସାରିଲେଣି। ଆଗାମୀ ଦିନରେ ଏହି ଧାରା ଅଧିକ କ୍ଷୀପ୍ର ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

- Advertisement -

ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ କରି ରଖିବା ପାଇଁ ସଭାପତି କିମ୍ବା ଦଳୀୟ ଶୀର୍ଷ ନେତୃତ୍ବ ଏ ପର୍ଯ୍ୟନ୍ତ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇପାରିନାହାନ୍ତି। ନଭେମ୍ବରରୁ ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ଗସ୍ତ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନି। ପରାଜୟ ପାଇଁ ଦାୟୀ ନେତାଙ୍କ ବିରୋଧରେ ସଭାପତି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସୁରକ୍ଷା ଦେଉଥିବାରୁ ବହୁ ଆଗଧାଡିର ନେତା ଖୋଲାଖୋଲି ଅସନ୍ତୋଷ ଜାହିର କରୁଥିବା ଦେଖିବାକୁ ମିଳୁଛି। ଯାହା ଆଗଧାଡିର କର୍ମୀ ଏବଂ ପଞ୍ଚାୟତସ୍ତରରେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ହତୋତ୍ସାହିତ କରୁଛି। ଯାହା ସେମାନଙ୍କୁ ଦଳ ଛାଡିବାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା କୁହାଯାଉଛି। ଏବେଠାରୁ ବିଜେଡି ଏଥିପ୍ରତି ସଚେତନ ନ ହେଲେ, ଆଗାମୀ ଦିନରେ ଦଳକୁ ଅନେକ କ୍ଷତି ସହିବାକୁ ପଡିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories