ବିଜେଡିର ଜବାବ ଦିଅ କାର୍ଯ୍ୟକ୍ରମ; ଫସଲ ବୀମା ଚଞ୍ଚକତାକୁ ନେଇ ଚାଷୀ ଘେରିଲେ କୃଷି କାର୍ଯ୍ୟାଳୟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ତଥା ଦଳର ବରିଷ୍ଠ ସଦସ୍ୟ ଅଜୟ ଦାସଙ୍କ ନେତୃତ୍ୱରେ ଶତାଧିକ ଚାଷୀ ୨୦୨୧-୨୨ ଆର୍ଥିକ ବର୍ଷ ଖରିଫ ଋତୁ କୃଷି ବୀମାରେ ହୋଇଥିବା ଦୁର୍ନୀତି ଓ ଚଞ୍ଚକତା ଓ କେନ୍ଦ୍ର ସରକାରଙ୍କ କମ୍ପାନୀ ପ୍ରିତି ବିରୁଦ୍ଧରେ ତୁରେକେଲା ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଜବାବ ଦିଅ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଘେରାଉ କରିଥିଲେ। ଚଳିତ ଖରିଫ ଋତୁର କୃଷି ବୀମା ଆମ ଅଂଚଳର ଶହ ଶହ ଚାଷୀ ନିଜ ଚାଷ ଜମିରେ କୃଷି ବୀମା କରିବାକୁ ଯାଇ ଦେଖିବା ସମୟରେ ତାହା ଅନ୍ୟ ଲୋକ ଆଗରୁ କୃଷି ବୀମା ପ୍ରିମିୟମ ଭରିଥିବା ଦେଖିବାକୁ ମିଳିଥିଲା। କୃଷି ବିଭାଗର ଅଧିକାରୀ ଓ ବିମା କମ୍ପାନୀ ଅଧିକାରୀ ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଆମ ଅଂଚଳର ଶତାଧିକ ଚାଷୀ ଏକର ଏକର ଚାଷ ଜମିରେ ଅନ୍ୟ ଲୋକଙ୍କ ନାମରେ କୃଷି ବୀମା ଦାବି କରିଥିବା ବିଷୟରେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇବା ସହ ଦଲାଲି କରି ବୀମା କରି ଥିବା ଲୋକଙ୍କ ନାମ ଓ ତଲିକା ଅତିଶୀଘ୍ର ପ୍ରଦାନ କରି ଥାନାରେ ଏତଲା ଦେବା ଓ ଯେଉଁ ଚାଷୀମାନେ ତାଙ୍କ ଜମିରେ କୃଷି ବୀମା କରିବାରୁ ବଂଚିତ ହୋଇଛନ୍ତି। ସେହି ଚାଷୀମାନଙ୍କୁ କୃଷି ବୀମା କରିବାପାଇଁ ବୀମା କମ୍ପାନୀ ତରଫରୁ ଆଉ ଗୋଟେ ତାରିଖ ଧାର୍ଯ୍ୟ କରି ବୀମା କରିବାର ସୁଯୋଗ ଦେବା ପାଇଁ କୃଷି ଅଧିକାରୀଙ୍କୁ ଘେରାଉ କରି ପ୍ରତିବାଦ କରିଥିଲେ। ଏହି ଘେରାଉରେ ଥିବା ଚାଷୀମାନଙ୍କୁ କୃଷି ଅଧିକରୀ ତାଙ୍କ ତରଫରୁ ପ୍ରତିଶୃତି ଦେଇଥିଲେ। ଯେ କୃଷି କାର୍ଯ୍ୟାଳୟ ତରଫରୁ ବୀମା କମ୍ପାନୀ ଅଧିକାରୀ ଏ ଅଂଚଳର ଚାଷୀମାନଙ୍କର ବୀମା ପ୍ରିମିୟମ ଭରିବାରେ ଚଞ୍ଚକତା ଓ ସବୁପ୍ରକାରର ଚାଷୀମାନଙ୍କ ପ୍ରତି ହୋଇଥିବା ଅସୁବିଧା ବିଷୟରେ ଜଣାଇବାସହ, ପରବର୍ତି ପଦକ୍ଷେପ ସମ୍ପର୍କରେ ଚାରି ପାଞ୍ଚ ଦିନ ଭିତରେ ଜଣାଇଦେବା ପ୍ରତିଶୃତି ପରେ ଉପସ୍ଥିତ ଚାଷୀମାନେ ଅନ୍ଦୋଳନରୁ ନିବୃତ ରହିଥିଲେ।

prayash

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ବ୍ଲକ ବିଜେଡି ସଭାପତି ଆଶା ଦୁଲ୍ଲାଖାଁ, ବରିଷ୍ଠ ସଦସ୍ୟ କାର୍ତିକ ସାହୁ, ହିମାଶୁଂ ସାହୁ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରା, ଯୁବ ବିଜେଡି ସଂପାଦକ ଶାନ୍ତନୁ ବିଭାର, ବ୍ଲକ ଯୁବ ବିଜେଡି ସଭାପତି ଶଶିଧର ହିଆଁଲ, ବିଶାଳ ବେହେରା, ଦେବାର ବାରିକ, ମୁନ୍ନା ମହାନ୍ତି, ଲକ୍ଷ୍ମିକାନ୍ତ ତ୍ରୀପାଠି, ରୋଶନ ମେହେର, ଲଛମନ ପୁଟେଲ, ହେମପତି ଛତ୍ରିଆ, ଦିବାକର ମାଝୀ, ରାଧାକାନ୍ତ ମାଝୀ, ଦଶରଥ ବାଗ, ମଧୁ ବନଛୋଡ, ସୁବାସ ପୁଟଲ, ବସନ୍ତ ବନଛୋଡ, ବ୍ରଜ ମେହେର, ଅଶେକ କୁଅଁର, ତୁଲସୀ ମାଝୀ, ହୃଦା ତାଣ୍ଡି, ବୈଚନ୍ଦ୍ର ହଂସ, ଗଦାଧର ବାଗ, ଶଂକର ମାଝୀ, କହ୍ନେଇ ମାଝୀ, ରାଜୀନ ନାୟକ, ଅମିତ ସାହୁ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

kalyan agarbati

Comments are closed.