ଆବଶ୍ୟକ ସାମଗ୍ରୀ
ଅଟା – ୧କପ
ସୁଜି – ୧କପ
ଘିଅ – ୧କପ ରୁ ସାମାନ୍ୟ କମ
ନଡ଼ିଆ କୋରା – ୨ଚାମଚ
ବାଦାମ – ଆବଶ୍ୟକ ପରିମାଣରେ
କାଜୁ – ଆବଶ୍ୟକ ପରିମାଣରେ
ପେଷା ଚିନି – ଅଧ କପ
କ୍ଷୀର – ୧କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ସୁଜି, ଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ନଡ଼ିଆ କୋରା, କାଜୁ, ବାଦାମ, ଚିନି ମିଶାଇ ଦିଅନ୍ତୁ। ଏବେ ଏଥିରେ କ୍ଷୀର ପକାଇ ଭଲ ଭାବେ ଗୋଳାଇ ଦେଇ ମିଶ୍ରଣ ପ୍ରସ୍ତୁତ କରି ୧୦ ମିନିଟ ରଖନ୍ତୁ। ଏବେ ଏଥିରୁ ହାତରେ ଗୋଟେ ଗୋଟେ ଗୁଳା କରି ହାତେ ଚେପଟା ଆକାରର କରନ୍ତୁ। ଚେପଟା ଆକାରର କରିବା ପରେ ଚାମଚର ଶେଷ ଅଂଶରେ ଡ଼ିଜାଇନ କରିଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ପକାନ୍ତୁ। ପ୍ରସ୍ତୁତ ଗୁଳାକୁ ଏହି ଘିଅରେ ପକାଇ ଏହାର ଦୁଇ ପଟକୁ ଭଲ ଭାବେ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ବିସ୍କୁଟ।
ଟେଷ୍ଟି ବିସ୍କୁଟ
Popular Categories



