ଭଣଜା ଜନ୍ମ ଦିନରେ ଗ୍ରାମବାସୀଙ୍କୁ ଭୋଜି ଦେଲା ମାମୁଁ – ମାମଲା ରୁଜୁ

ଖୁଣ୍ଟା: ଲକଡାଉନ ସମୟରେ ଜନ୍ମ ଦିନ ଭୋଜିର ଆୟୋଜନ ଜନୈକ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ଖୁଣ୍ଟା ଥାନା ଭୋଳାଗଡ଼ିଆ ଗ୍ରାମ ପଞ୍ଚାୟତ ନୂଆଗାଁରେ ଭଣଜା ଜନ୍ମ ଦିନରେ ଗ୍ରାମବାସୀଙ୍କୁ ଭୋଜି ଦେଇଥିବା ଅଭିଯୋଗରେ ମାମୁଁ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାମୁଁ ହେଉଛି ନୂଆଗାଁର ମାୟାଧର ବେହେରାଙ୍କ ପୁଅ ଅଭିମନ୍ୟୁ(୨୮)। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ଅଭିମନ୍ୟୁ ନିଜ ଘରେ ଭଣଜାର ଜନ୍ମ ଦିନ ଭୋଜି ଆୟୋଜନ କରିଥିବା ବେଳେ ଗ୍ରାମବାସୀଙ୍କୁ ନିମନ୍ତ୍ରିତ କରିଥିଲେ। ଉକ୍ତ ଭୋଜିରେ ଗ୍ରାମର ୪୦ ପାଖାପାଖି ଲୋକ ସାମିଲ ହୋଇଥିଲେ। ପୁଲିସ ଘଟଣା ସମ୍ପର୍କରେ ସୂଚନା ପାଇ ପ୍ରାରମ୍ଭିକ ଯାଞ୍ଚ ପରେ ଅଭିମନ୍ୟୁ ନାମରେ ମାମଲା ରୁଜୁ କରି ନୋଟିସ ପ୍ରଦାନ କରିଛି।

Comments are closed.