ଶହୀଦ୍ ବିର୍ସା ମୁଣ୍ଡା ଜୟନ୍ତୀ
ଚୌଦ୍ୱାର: ଆଦିବାସୀ ଆବା ଭାବେ ପରିଚିତ ମହାନ୍ ସ୍ୱାଧୀନାତା ସଂଗ୍ରାମୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୪୭ ତମ ଜୟନ୍ତୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଧିନ ଆଦିବାସୀ ଅଧ୍ୟୁସିତ କୋଚିଳା ନୂଆଗାଁରେ ପାଳିତ ହୋଇ ଯାଇଛି । ଆମ୍ବିଳିଝରୀସ୍ଥିତ ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍ ଓ କୋଚିଳା ନୂଆଗାଁ ଶହୀଦ୍ ବିର୍ସା ମୁଣ୍ଡା ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ବିର୍ସା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ବିଶ୍ୱଜିତ୍ ପ୍ରଧାନ, ସରପଞ୍ଚ ଦେବେନ୍ଦ୍ର ପାଣ୍ଡବ, ସମିସି ସଭ୍ୟା ମମତା ସାମାଡ଼,ହୋ ଭାଷା ଗୀତିକାର ଓ କଣ୍ଠଶିଳ୍ପୀ ସଂଜୟ କୁମାର ପୁର୍ତ୍ତି , ରାମସିଂ ହେସା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରି ଆଦିବାସୀ ମାନଙ୍କ କଲ୍ୟାଣ ଦିଗରେ ତାଙ୍କ ମହତ୍ ଅବଦାନ ପାଇଁ ସେ ଆଦିବାସୀ ଜାତିର ଆବା ଭାବେ ପରିଚିତ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଫାଉଣ୍ଡେସନ୍ ସଭାପତି ଗମନ କଳାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାଣ୍ଡିଲ ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ଏବଂ ରମାକାନ୍ତ ଜାରିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩୨ଟି ଆଦିବାସୀ ଟିମ୍କୁନେଇ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣମେଣ୍ଟରେ ଚମ୍ପିୟନ୍ ହୋଇଥିବା ବିଶି ନାହାକାଣୀ ବିଏନ୍କେ ଏକଲବ୍ୟ କ୍ଲବ୍ ଏବଂ ରନର୍ସ ଅପ୍ ଭୂବନେଶ୍ୱରର ଆଟାକ୍ ବୟ କ୍ଲବ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଶ୍ରୀରାମ ହାଇବ୍ରୁ,ନିରଞ୍ଜନ ମହାନ୍ତ, ସନାତନ ହେସା,ବାସନ୍ତୀ ତିୟୁ, ସନାତନ କଳା, ଶୁଭଶ୍ରୀ ସୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Comments are closed.