ମିଶନ ଶକ୍ତି ସ୍କୁଟର ଯୋଜନାରେ ଋଣ ମଞ୍ଜୁର
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ବ୍ୟାଙ୍କ ଭାବେ ବଲାଙ୍ଗିର ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ୭ ଜଣଙ୍କ ଋଣ ମଞ୍ଜୁର କରିଥିବା ଜଣାପଡିଛି। ସୁଚନା ଅନୁସାରେ ରାଜ୍ୟ ସରକାରଙ୍କ ଦ୍ବାରା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କ ପାଇଁ ସ୍କୁଟର ଯୋଜନା ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ଜିଲ୍ଲାରେ ପ୍ରଥମ କରି ବୀରମହାରାଜପୁର ସ୍ଥିତ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ୭ ଜଣ ସଦସ୍ୟାଙ୍କୁ ଋଣ ପ୍ରଦାନ କରିଛି। ଆଜି ଶାଖା ପରିଚାଳକ ରଞ୍ଜନ ମିଶ୍ର ଯୋଗଦେଇ ସମସ୍ତ ଋଣ ଗ୍ରହୀତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମିଶିନ ଶକ୍ତି ସଂଯୋଜିକା ବିଥିକାରାଣି ମିଶ୍ର ଓ ଅନ୍ୟ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.