ପିଲାଚୋରି ହିଂସା ଉପରେ ବିପ୍ଳବ ଦେବଙ୍କ ମନ୍ତବ୍ୟ : ରାଜ୍ୟରେ ଚାଲିଛି ଖୁସିର ଲହରି
ଅଗରତାଲା : ପିଲା ଚୋରି ନାମରେ ଚାଲିଥିବା ହିଂସା ପ୍ରସଙ୍ଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ ହୋଇଛି। ଅଗରତାଲା ବିମାନବନ୍ଦର ପୁନଃ ନାମକରଣ କରାଯିବା ଉତ୍ସବ ଅବସରରେ ଗଣମାଧ୍ୟମ ପ୍ରତିନିଧି ବିପ୍ଳବ ଦେବଙ୍କ ପ୍ରତିକ୍ରିୟା ଲୋଡିଥିଲେ। ପ୍ରତିକ୍ରିୟାରେ ଶ୍ରୀ ଦେବ ସାମ୍ବାଦିକଙ୍କୁ କହିଥିଲେ ‘ସାରା ରାଜ୍ୟରେ ଏବେ ଖୁସିର ଲହର ଚାଲିଛି। ତୁମେମାନେ ଏହି ଖୁସିରେ ସାମିଲ ହୁଅ ଓ ନିଜେ ଖୁସି ହୁଅ। ତୁମେ ମୋ ମୁହଁକୁ ଚାହିଁଲେ ଜାଣିପାରିବ ମୁଁ କେତେ ଖୁସି।’ ଜୁନ୍ ୨୮ରେ ତିପୁରାରେ ପିଲା ଚୋରି ନାମରେ ତିନିଟି ହିଂସା ଘଟିଥିଲା।