ବିଞ୍ଝାରପୁର : ଅଜଣା ଗାଡିଧକ୍କାରେ ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତର ସମିତିସଭ୍ୟ ଅନନ୍ତ ଶେଖର ବେହେରା(୪୧)ଙ୍କ ମୃତ୍ୟୁ ହୋଇଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବରପାଇ ବିଞ୍ଝାରପୁର ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ତଦନ୍ତ ଚଳାଇଛି।
ପ୍ରକାଶ ଯେ ସମିତିସଭ୍ୟ ଶ୍ରୀ ବେହେରା ଆଜି ଅପରାହ୍ଣରେ ବ୍ଲକ କାର୍ଯ୍ୟାଳୟରୁ କାମସାରି ଘରକୁ ଫେରୁଥିଲାବେଳେ ସୟଦପୁର-ମାଇନ୍ଦା ରାସ୍ତାରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ସମ୍ମୁଖରେ ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଶ୍ରୀ ବେହେରା ରାସ୍ତାରେ ପଡ଼ିଥିବା ବେଳେ ଧକ୍କା ଦେଇଥିବା ଗାଡି ସେଠାରୁ ଫେରାର ହୋଇଯାଇଥିଲା। ରାସ୍ତାରେ ଯାଉଥିବା ଆରୋହୀ ଶ୍ରୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଇଆଇସି ଅଂଶୁମାଳା ଦାସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ଖବରପାଇ ସମ୍ପର୍କୀୟଙ୍କ ସମେତ ବହୁ ଲୋକ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।
Comments are closed.