www.samajalive.in
Friday, December 12, 2025
27.1 C
Bhubaneswar

ଖୁଚୁରା ପଇସା ଅଚଳ ଗୁଜବ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସହର ଓ ଅଞ୍ଚଳରେ କିଛି ବର୍ଷ ଧରି ଖୁଚୁରା ପଇସା ଅଚଳ ଗୁଜବକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କାରଣ ଦୋକାନ ବଜାର ଓ ବିଭିନ୍ନ ସ୍ଥାନରେ ଥିବା ସାପ୍ତାହିକ ବଜାର ଗୁଡିକରେ ସଚେତନତା ଅଭାବରୁ ବିଶେଷକରି ୧ ଓ ୨ ଟଙ୍କିକିଆ ଖୁଚୁରା ପଇସା ଅଚଳ ଗୁଜବ ସୃଷ୍ଟି ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେବା ପରେ ଏନେଇ ସବୁଠି ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଦୋକାନ ଓ ବଜାର ଗୁଡ଼ିକୁ ଲୋକେ ସାମଗ୍ରୀ କିଣିବାକୁ ଯାଇ ସେଠାରେ ଏସବୁ ପ୍ରକାର ଖୁଚୁରା ପଇସା ଅଚଳ ଗୁଜବ ସୃଷ୍ଟି ହେଉଥିବାରୁ ସାଧାରଣ ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କୁହା ଯାଉଛି।

ତେବେ ସମସ୍ୟା ବର୍ଷବର୍ଷ ଧରି ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ନେଇ ଆଜି ପର୍ଯ୍ୟନ୍ତ କେହି କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଖୁଚୁରା ପଇସା ସଚଳ ବୋଲି ସଚେତନତା କରାଉ ନଥିବାରୁ ଆଜିର ଦିନରେ ଅଞ୍ଚଳବାସୀ ଏଭଳି ପରିସ୍ଥିତି ଭୋଗୁଥିବା ଅଭିଯୋଗ ହେଉଛି। ଏନେଇ ଜନ ସାଧାରଣରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ପ୍ରଶାସନ କିମ୍ବା କୌଣସି ବ୍ୟାଙ୍କ ତରଫରୁ ଲୋକଙ୍କୁ ସଚେତନ କରୁ ନଥିବାରୁ ଲୋକେ ଅସୁବିଧାରେ ପଡ଼ୁଥିବା କୁହା ଯାଉଛି। ତେଣୁ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories