www.samajalive.in
Friday, December 5, 2025
23.1 C
Bhubaneswar

ଥାନାରେ ମୃତଦେହ, ଜଗିଛନ୍ତି ସ୍ତ୍ରୀ-ପୁଅ

ସୁବର୍ଣ୍ଣପୁର: ୮ଘଣ୍ଟା ହେଲା ଥାନାରେ ପଡିରହିଛି ଶବ, ଗ୍ରହଣ କରୁନାହାନ୍ତି ପରିବାର ଲୋକ। ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଏବଂ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ବରପଦର ଗାଁର ପ୍ରମୋଦ ବାଗ (୩୮ବର୍ଷ) ଅସୁସ୍ଥ ଥିଲେ। ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।
ପାରିବାରିକ କଳହ ଯୋଗୁଁ ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ସ୍ତ୍ରୀ ଏବଂ ପୁଅ ଗାଁକୁ ମୃତଦେହ ଆଣିଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ପରିବାର ଲୋକେ କୌଣସି ସହଯୋଗ କରିନଥିଲେ। ଫଳରେ ନ୍ୟାୟ ଦାବିରେ ମୃତଦେହକୁ ଧରି ଥାନା ପରିସରରେ ଜଗି ରହିଛନ୍ତି ସ୍ତ୍ରୀ ଏବଂ ପୁଅ। ପୁଲିସ୍‌ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବାର ସୂଚନା ମିଳିଛି।

Hot this week

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

Related Articles

Popular Categories